ପୂର୍ବ ଅଗ୍ନିବୀରଙ୍କୁ କେନ୍ଦ୍ରର ଆଉ ଏକ ଉପହାର । ଏବେ CISF ରେ ମଧ୍ୟ ୧୦ ପ୍ରତିଶତ ସଂରକ୍ଷଣ, କୋହଳ ହେବ ବୟସସୀମା

90

କନକ ବ୍ୟୁରୋ: ଅଗ୍ନ୍ନିବୀରଙ୍କୁ କେନ୍ଦ୍ରର ଆଉ ଏକ ଉପହାର । କେନ୍ଦ୍ର ଗୃହମନ୍ତ୍ରଣାଳୟ , କେନ୍ଦ୍ର ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ୍)ରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ଏହାର ସପ୍ତାହକ ପୂର୍ବରୁ ସୀମା ସୁରକ୍ଷା ବଳରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କରିଥିଲା କେନ୍ଦ୍ର ।

ଅଗ୍ନିବୀରଙ୍କୁ ସଂରକ୍ଷଣ ସହ ସିଆଇଏସଏଫରେ ନିଯୁକ୍ତି ସମୟରେ ବୟସ ସୀମା ମଧ୍ୟ କୋହଳ କରାଯିବ । ଅବଶ୍ୟ ବୟସ ସୀମା ଧାର୍ଯ୍ୟ କରିବା ଅଗ୍ନିବୀରଙ୍କ ବ୍ୟାଚ୍ ଉପରେ ନିର୍ଭର କରିବ । ପୂର୍ବ ବ୍ୟାଚ୍ ଓ ପର ବ୍ୟାଚ୍ ପାଇଁ ବୟସ ସୀମା ଅଲଗା ଅଲଗା ରହିବ । ପ୍ରଥମ ବ୍ୟାଚ୍ ପାଇଁ ୫ ବର୍ଷ ବୟସ ସମୀା କୋହଳ କରାଯିବା ସହ ପରବର୍ତ୍ତୀ ବ୍ୟାଚ୍ ପାଇଁ ୩ ବର୍ଷ ବୟସୀମା କୋହଳ କରାଯିବ ବୋଲି ଘୋଷଣା ହୋଇଛି ।