ଛତିଶଗଡ଼ରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ! STF-DRGର ମିଳିତ ଏନକାଉଣ୍ଟରେ ଟଳିଲେ ୧୦ ମାଓବାଦୀ ।

93

କନକ ବ୍ୟୁରୋ: ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ଛତିଶଗଡ଼ ଭୌରମଗଡ଼ ଜଙ୍ଗଲରେ ଏସଟିଏଫ୍ ଓ ଡ଼ିଆରଜି ଯବାନଙ୍କ ସହ ଗୁଳିବିନିମୟ ଦ୍ୱାରା ୧୦ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ ବିଜାପୁର ଏସପି ମୋହିତ ଗର୍ଗ ସୂଚନା ଦେଇଛନ୍ତି । ଗର୍ଗଙ୍କ କହିବା ମୁତାବକ ଆଜି ସକାଳୁ ସକାଳୁ ଛତିଶଗଡ଼ ଏସଟିଏଫ୍ ଓ ଡ଼ିଆରଜି ଯବାନଙ୍କୁ ଟିମ୍ ସହିତ ମାଓବାଦୀମାନେ ଗୁଳି ଚାଳନା କରିଥିଲେ ।

ଏହାର ଜବାବରେ ପୁଲିସ୍ ଯବାନମାନେ ଗୁଳି ଚାଳନା କରିଥିଲେ ଫଳରେ ଘଟଣାସ୍ଥଳରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେହିପରି ଘଟଣା ସ୍ଥଳରୁ ୧୧ ବନ୍ଧୁକ ଜବତ ହେବା ସହ ଅନେକ ମାଓବ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ଏସଟିଏଫ୍ ଓ ଡ଼ିଆରଜି ଯବାନ ।