ଠକ କୈଫ୍ ଖାନ୍ ବିରୋଧରେ ଆଉ ଏକ ମାମଲା : ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଠକେଇ ଅଭିଯୋଗ

72

କନକ ବ୍ୟୁରୋ : ଲମ୍ବି ଚାଲିଛି କଟକର ଠକ ତାନ୍ତ୍ରିକ ମୌଲାନା କୈଫ ଖାଁଙ୍କ ବିରୋଧରେ ଅଭିଯୋଗ । କୈଫ ଖାଁଙ୍କ ବିରୋଧରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି । ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଲୁଟ୍ କରିଥିବା ଆଉ ଜଣେ ମହିଳା ଅଭିଯୋଗ କରିଛନ୍ତି ।

ମାଟି ତଳୁ ନକଲି ହୀରା ବାହାର କରି ଶୁଦ୍ଧି କରଣ ପାଇଁ ୩୦ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ । ଆଇପିସିର ଦଫା ୪୨୦ ଏବଂ ୫୦୬ରେ ମାମଲା ରୁଜୁ କରିଛି ସଦର ଥାନା ପୋଲିସ । ଠକ କୈଫ ଖାଁ ମଙ୍ଗଳାବାଗ ରାଣୀହାଟ ଅଞ୍ଚଳର ଶର୍ମିଳା ସେନ ନାମଙ୍କ ଜଣେ ମହିଳାଙ୍କୁ ୬୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହେବା ପରେ, ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଛି । ଏହା ପରେ ଭଦ୍ରକର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।