ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ ଗୋଟିଏ ପଟେ ମେଲାଣି ନେଉଥିଲେ ଶ୍ରୀ ଗଣେଷ ଆଉ ଗୋଟିଏ ପଟେ ଫସି ରହିଥିଲା ଆମ୍ବୁଲାନ୍ସ ! ଆମ୍ବୁଲାନ୍ସକୁ ରାସ୍ତା ଦେବା ପାଇଁ ଦୁଇଭାଗ ହୋଇଗଲେ ଲୋକେ , ଦେଖନ୍ତୁ ଭିଡିଓ

299

ମହାରାଷ୍ଟ୍ରର ପୁନେ ସହରରେ ଖୁବ୍ ଜାକଜକମରେ ଶ୍ରୀ ଗଶେଷଙ୍କ ପ୍ରତିମାର ବିସର୍ଜନ କରାସାରିଛି । ପୁରା ସହରରେ ଢୋଲ ଏବଂ ଗୀତ ଗାଇ ଶ୍ରଦ୍ଧାଳୁ ବାପ୍ପାଙ୍କ ବିସର୍ଜନ କରିଛନ୍ତି । ତେବେ ଏହି ମଧ୍ୟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ଗଣେଷ ବିସର୍ଜନ ସମୟରେ ଗଜାନନଙ୍କ ଭକ୍ତ ଏକ ଆମ୍ବୁଲାନ୍ସକୁ ରାସ୍ତା ଦେଉଥିବା ଦେଖାଯାଉଛନ୍ତି । ଏହି ଘଟଣାଟି ଘଟିଛି ପୁନେ ସହରର ଲକ୍ଷ୍ମୀରୋଡରେ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଭିତରେ ଆମ୍ବୁଲାନ୍ସକୁ ବାଟ ଦେବା ପାଇଁ ଦୁଇଭାଗ ହୋଇଯାଉଛନ୍ତି ପୁନେବାସୀ । କିଛି ଯୁବକ ଦୌଡି ଦୌଡି ଆମ୍ବୁଲାନ୍ସ ଆଗରୁ ଲୋକଙ୍କୁ ହଟାଇବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖାଯାଉଛନ୍ତି । ଆଉ ଶୃଙ୍ଖଳିତ ଭାବରେ ଆମ୍ବୁଲାନ୍ସଟି ଗହଳିରୁ ବାହାରି ଯାଉଛି ।

ତେବେ ଏହା ପୂର୍ବରୁ ପୁରୀରେ ପବିତ୍ର ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ଫସିଥିବା ଆମ୍ବୁଲାନ୍ସକୁ କିଭଳି ଲୋକମାନେ ବାଟ ଦେଖାଇଥିଲେ ତାହା ଭାଇରାଲ୍ ହୋଇଥିଲା ।