କଣ୍ଢେଇ ଭାବି ବାସ୍ତବ ଝିଅକୁ କଲେ କିସ୍ ଆଉ ତା’ପରେ ଯାହା ହେଲା….!

39

ଅନେକ ଥର ଏଭଳି ପରିସ୍ଥିତି ଉପୁଜେ କିଛି ବାସ୍ତବ ଜିନିଷକୁ ଆମେ ଅବାସ୍ତବ ଭାବିନେଉ । ନିଜ ଆଖିରେ ଆମେ କିଛି ଏଭଳି ଜିନିଷ ଦେଖୁ ଯାହା ଉପରେ ଭରସା କରିବା କଷ୍ଟକର ହୋଇପଡେ । କିନ୍ତୁ କଥା ଥାଏ ଓଲଟା । ବେଳେବେଳେ ଆମ ଆଖି ମଧ୍ୟ ଧୋକା ଖାଇଯାଏ । ଯାହାର ପ୍ରମାଣ ମିଳିଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଉପରେ ।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏଭଳି କିଛି ଫନି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ପୁଅ ଗୋଟେ ଝିଅକୁ କଣ୍ଢେଇ ଭାବି କିସ କରିବା ପାଇଁ ପ୍ରୟାସ କରିଛି । କିନ୍ତୁ ଏହା ପରେ ଯାହା ହେଉଛି ସେଥିରେ ପୁଅ କିଛି ସମୟ ଅବାକ୍ ହୋଇ ଠିଆ ହୋଇ ରହିଛି । ହଠାତ ଝିଅଟି ନିଜ ସ୍ଥାନରୁ ହଲି ଯିବାରୁ ପୁଅଟି ଅବାକ ହୋଇଯାଇଛି ।

କଥା ହେଉଛି ପୁଅଟିକୁ ପ୍ରତିମୂର୍ତ୍ତୀ ଭାବେ ଠିଆ ହୋଇଥିବା ଝିଅ ଖୁବ୍ ଭଲ ଲାଗିଥିଲା, ମାତ୍ର ଏହାପରେ କିଛି ଏଭଳି ଘଟଣା ଘଟିଥିଲା ଯେଉଁ କାରଣରୁ ପୁଅଟି ଆଶ୍ଚର୍ୟ୍ୟ ହୋଇ ଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗୋରା ରଂଗ ହୋଇଥିବା କାରଣରୁ ଝିଅଟି ଷ୍ଟାଚୁ ଭଳି ଦିଶୁଥିଲେ ।