ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ : ବାଲ୍ୟ ବିବାହ ରୋକୁଥିବା ମହିଳା ସମୂହଙ୍କ କାହାଣୀ

46

ବାଲ୍ୟ ବିବାହକୁ ରୋକିବାର କର୍ତ୍ତବ୍ୟ କେବଳ ସରକାରଙ୍କ ନୁହେଁ ବରଂ ଆମ ସମସ୍ତଙ୍କର ବୋଲି ପ୍ରମାଣ କରିଦେଇଛନ୍ତି ଏହି ଅଙ୍ଗନବାଡି କାର୍ଯ୍ୟକର୍ତ୍ତା ମାନେ । ଲଖନଉର ଅଙ୍ଗନବାଡି କର୍ମୀ ନିଜ ଓ ନିଜ ଝିଅର ବାଲ୍ୟ ବିବାହକୁ ଅଟକାଇ ପାରିଲେ ନାହିଁ କିନ୍ତୁ ନିଜ ପଂଚାୟତରେ ଜାଣତରେ କେବେ ବି ବାଲ୍ୟ ବିବାହ ହେବାକୁ ଦିଅନ୍ତିିିନି । ‘ ବାଲ-ବିବାହ-ଅଭି-ନହିଁ, କଭି-ନହିଁ ’ ଅଭିଯାନ ଅଧିନରେ ୧୧ଟି ବାଲ୍ୟ ବିବାହକୁ ରୋକି ସେ ଉଦାହରଣ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଲଖନଉର ଶିବରାନୀ (୬୩ ବର୍ଷ) ।

ଯେବେ ସେ ପଢ଼ିବା ପାଇଁ ଚାହୁଁଥିଲେ, ୧୫ ବର୍ଷରେ ତାଙ୍କର ବିବାହ କରି ଦିଆଯାଇଥିଲା ଓ ଯେତେ ସମସ୍ୟା ହେଉଥିଲା ସବୁକୁ ସେ ସହି ଯାଉଥିଲେ । ସେମିତି ୧୬ ବର୍ଷରେ ପାଦ ଦେଉ ଦେଉ ତାଙ୍କ ଝିଅର ମଧ୍ୟ ବିବାହ କରାଇ ଦେଇଥିଲେ । କିନ୍ତୁ ସେ ତାର ବିରୋଧ କରିପାରିନଥିଲେ । ଏହି ଅଙ୍ଗନବାଡି କର୍ମୀ ନିଜ ଓ ନିଜ ଝିଅର ସମସ୍ୟାକୁ ଅନୁଭବ କରିସାରିଥିଲେ । ଶିବରାନୀ ଲଖନଉ ଜିଲ୍ଲାରୁ ପାଖାପାଖି ୫୦ କିମି ଦୂରରେ ଥିବା ମାଲ ବ୍ଲକର କରୈାରା ଗ୍ରାମର ଅଙ୍ଗନବାଡି କର୍ମୀ ।

ଶିବରାନୀ ଭଳି ବହୁତ ଲୋକ ପଂଚାୟତ ସ୍ତରରେ ଓ ନିଜ ପାଖାପାଖି ସ୍ଥାନରେ ବାଲ୍ୟ ବିବାହ ହେବାକୁ ଦିଅନ୍ତିନି । ସେହି ପଂଚାୟତର ରୁଚି ନାମକ ଝିଅର ବି ୧୭ ବର୍ଷ ବୟସରେ ବିବାହ ଠିକ କରିଦେଇଥିଲେ । କିନ୍ତୁ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ତାହା ବନ୍ଦ କରାଯାଇଥିଲା । ରୁଚି ଓ ଶିବରାନୀଙ୍କ ଭଳି ଲଖନଉର ଅନେକ ଲୋକ ‘ ବାଲ-ବିବାହ-ଅଭି-ନହିଁ, କଭି-ନହିଁ ’ ଅଭିଯାନରେ ଯୋଗ ଦେଇଛନ୍ତି । ରାଜ୍ୟସ୍ତରରେ ୨୩ ଜାନ୍ରୁୟାରୀ ରେ ମହିଳା କଳ୍ୟାଣ ବିଭାଗର କ୍ୟାବିନେଟ ମନ୍ତ୍ରୀ ରୀତା ବହୁଗୁଣା ଯୋଶୀ ଏହାର ଶୁଭାରମ୍ଭ କରିଥିଲେ । କିନ୍ତୁ ଏହା ୨୫ ଜାନୁୟାରୀ ୨୦୧୮ ରେ ସବୁଜ ସଂକେତ ପାଇଥିଲା । ଏହି ଅଭିଯାନରେ ଜିଲ୍ଲାର ସମସ୍ତ ବ୍ଲକର ୧୦ରୁ ୧୫ ଗ୍ରାମ ପଂଚାୟତରେ ସ୍କୁଲ ଶିକ୍ଷକ, ଛାତ୍ର ଛାତ୍ରୀ , ସ୍କୁଲ ପ୍ରବନ୍ଧନ ସମିତିର ସଦସ୍ୟ, ଗ୍ରାମୀଣ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସମିତିର ସଦସ୍ୟ ଭାଗିଦାରୀ କରିଛନ୍ତି ।