ହ୍ୱାଟ୍ସଆପ୍ ପୂର୍ବରୁ ହାଇକ୍ ଲଂଚ କଲା ପେମେଂଟ ୱାଲେଟ୍ ଫିଚର୍

35

ମେସେଜିଙ୍ଗ୍ ଆପ୍ ହାଇକ୍ ନିଜର ୟୁଜର୍ସଙ୍କ ପାଇଁ ପେମେଂଟ ୱାଲେଟ୍ ର ନୂଆ ଫିଚର ଯୋଡିଛି । ଏହି ଫିଚରକୁ ଯୋଡିବା ସହ ହାଇକ୍ ନିଜର ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ହ୍ୱାଟ୍ସଆପ୍ କୁ ମଧ୍ୟ ପଛରେ ପକାଇଦେଇଛି । ହ୍ୱାଟ୍ସଆପ୍ ମଧ୍ୟ ନିଜ ଆପ୍ ରେ ୱାଲେଟ୍ ଫିଚର ଯୋଡିବା ପାଇଁ କାମ ଚଳାଇଛି ।

ହାଇକ୍ ନିଜର ଏହି ଫିଚରକୁ ୟେସ୍ ବ୍ୟାଙ୍କ ସହଜ ମିଶାଇ ଲଂଚ କରିଛି । ଏହି ଫିଚର ଗଭର୍ଣ୍ଣମେଂଟ ବେକଡ୍ ୟୁନିଫାଇଡ୍ ପେମେଂଟ ଇଣ୍ଟରଫେସ୍ ଉପରେ ଆଧାରିତ । ଏହି ଫିଚର ହାଇକ୍ ର ୫.୦ ଭର୍ସନ ଉପରେ ଉପଲବ୍ଧ ହେବ । ଏହି ଅପଡେଟ୍ ହାଇକ୍ ର ଏବେ ସୁଦ୍ଧା ସବୁଠୁ ବଡ ଅପଡେଟ୍ ବୋଲି କୁହାଯାଉଛି ।