ଚଳିତ ବର୍ଷ କେବେ ଆଉ କେତେ ଥର ଲାଗିବ ଚନ୍ଦ୍ରରେ କଳଙ୍କ ? ଜାଣନ୍ତୁ ଆପଣଙ୍କ ଜୀବନରେ କଣ ରହିଛି ଏହାର ପ୍ରଭାବ

92

ଚଳିତ ବର୍ଷର ଦ୍ୱିତୀୟ ଗ୍ରହଣ ୧୫ ଫେବୃଆରୀକୁ ହେବାକୁ ଯାଉଛି । ଏହାପୂର୍ବରୁ ଜାନୁଆରୀ ୩୧ ତାରିଖରେ ୨୦୧୮ର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥିଲା । ଏହି ଗ୍ରହଣ ସୂର୍ଯ୍ୟ ଗ୍ରହଣ ହେବ ।ଜ୍ୟୋତିଷ ଗଣନା ଆଧାରରେ ଗ୍ରହଣ ବହୁତ ହିଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଗ୍ରହଣ ସମୟରେ ଶୁଭକାର୍ଯ୍ୟ କରାଯାଇନଥାଏ । କାହିଁକି ନା, ଗ୍ରହଣ ଅଶୁଭ ପ୍ରଭାବ ଆମ ଜୀବନରେ ପଡିଥାଏ । ଚଳିତ ବର୍ଷ କେତୋଟି ଗ୍ରହଣ ପଡିବ ଏବଂ ଏହାର ପ୍ରଭାବ ଆମ ଜୀବନରେ କିଭଳି ପ୍ରଭାବ ରହିବ ଆସନ୍ତୁ ଜାଣିବା ଏସଂପର୍କରେ ।

୨୦୧୮ ତଥା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୩୧ ଜାନୁଆରୀରେ ହୋଇଥିଲା, ଯାହାକି ଭାରତରେ ଦୃଶ୍ୟମାନ ହୋଇଥିଲା । ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିଲା । ଏହି ଚନ୍ଦ୍ରଗ୍ରହଣ ନିଜର ତିନୋଟି ରୂପରେ ତଥା ସୁପର ମୁନ, ବ୍ଲୁ ମୁନ ଏବଂ ବ୍ଲଡ ମୁନରେ ନଜର ଆସିଥିଲା । ତେବେ ଏହି ଚନ୍ଦ୍ରଗ୍ରହଣ ଭାରତ ଛଡା ବିଶ୍ୱର ଅଧିକାଂଶ ଭାଗରେ ମଧ୍ୟ ନଜର ଆସିଥିଲା ।

ସେହିପରି ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୨୮ ଜୁଲାଇରେ ନଜର ଆସିବ । ଏହି ଗ୍ରହଣ ମଧ୍ୟ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ ଏବଂ ସଂପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ । ତେବେ ଗ୍ରହଣ ଲାଗିବାର ଆରମ୍ଭ ଜୁଲାଇ ୨୭ ରାତି ପ୍ରାୟ ୧୧ଟା ୫୪ ରୁ ହେବ, ଯାହାକି ୨୮ ତାରିଖ ଦିନ ଭୋର ୩ଟା ୪୮ମିନିଟ୍ ପର୍ଯ୍ୟନ୍ତ ରହିବ ।

ଏହାବ୍ୟତୀତ ଚଳିତ ବର୍ଷ ଆହୁରୀ ତିନୋଟି ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ । ଯଦିଓ ତିନୋଟି ଯାକ ସୂର୍ଯ୍ୟଗ୍ରହଣ ଆଂଶିକ ରହିବ । ଆଉ ତିନୋଟି ଯାକ ହିଁ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତା ୧୫ ତାରିଖରେ ପଡିବ । ଯାହାକି ଦକ୍ଷିଣ ଆମେରିକା ଏବଂ ଆଂଟସାଂଟିକ୍ ରେ ଦୃଶ୍ୟମାନ ହେବ । ଦ୍ୱିତୀୟଟି ୧୩ ଜୁଲାଇ ପଡୁଛି, ଯାହାକି ଅଷ୍ଟ୍ରେଲିୟାରେ ନଜର ଆସିବ । ତୃତୀୟ ସୂର୍ଯ୍ୟଗ୍ରହଣ ଅଗଷ୍ଟ ୧୧ ତାରିଖରେ ଲାଗିବ, ଯାହାକି ପୂର୍ବ ୟୁରୋପ, ଏସିଆ, ଉତ୍ତର ଆମେରିକା ଏବଂ ଆଂଟଲାଂଟିକରେ ଦୃଶ୍ୟମାନେ ହେବ ।