ମାତ୍ର ୭ଟଙ୍କାରେ ମିଳୁଛି ୧ ଜିବିର ଡାଟା ! ଜାଣନ୍ତୁ କେଉଁ କଂପାନୀ ଦେଉଛି ଏଭଳି ସୁବିଧା

50

ଟେଲିକମ ଜଗତରେ ଜିଓ ପାଦ ଦେବା ପରେ ପରେ ହିଁ ଦେଶରେ ଡାଟା ଶସ୍ତା ଅଟା ମହଙ୍ଗା ହୋଇଛି । ଆଜିକା ଦିନରେ ବିଭିନ୍ନ ଟେଲିକମ କଂପାନୀମାନେ ପରସ୍ପରକୁ ମାତ୍ ଦେବା ଉଦ୍ଦେଶ୍ୟରେ ନୂଆ ନୂଆ ପ୍ଲାନ ଭେଟିଦେବାରେ ଲାଗିପଡିଛନ୍ତି । ଏବେ ତ ପରିସ୍ଥିତି ଏଭଳି ଆସିଯାଇଛି କି ମାତ୍ର ୪୬ ଟଙ୍କାରେ ମାସକ ପର୍ଯ୍ୟନ୍ତ ଅସୀମ କଲିଂର ସୁବିଧା ମିଳୁଛି । ସେହିପରି ଏକ ବଡ କଂପାନୀ ମାତ୍ର ୭ ଟଙ୍କାରେ ୧ ଜିବିର ଡାଟା ଏବଂ ୧୬ ଟଙ୍କାରେ ୨ଜିବି ଡାଟା ଥିବା ପ୍ଲାନ ଭେଟି ଦେଇଛି ।

 

ନିକଟରେ ବିଏସଏନଏଲ ଦୁଇ ଦୁଇଟି ଶସ୍ତା ପ୍ଲାନ ଲଂଚ କରିଛି । ଯାହାକି ମାତ୍ର ୭ଟଙ୍କା ଏବଂ ୧୬ ଟଙ୍କାରେ ଉପଲବ୍ଧ । ଯାହାକି ଏକ ଲିମିଟେଡ ପିରିୟଡ ପାଇଁ ଉଦ୍ଦିଷ୍ଟ । ତେବେ ବିଏସଏନଏଲର ଏହି ୭ ଟଙ୍କିଆ ପ୍ଲାନରେ ମିଳୁଛି ୧ ଜିବି ଡାଟା ଏବଂ ଏହି ପ୍ଲାନଟି କେବଳ ଗୋଟିଏ ଦିନ ପାଇଁ ହିଁ ବୈଧ ଅଟେ ।

ସେହିପରି ୧୬ ଟଙ୍କିଆ ପ୍ଲାନରେ କଂପାନୀ ଦେଉଛି ୨ ଜିବି ଡାଟା , ଯେଉଁଥିରେ ମିଳୁଛି ହାଇସ୍ପିଡର ଡାଟା ଏବଂ ଏହା ମଧ୍ୟ ଗୋଟିଏ ଦିନ ପାଇଁ ହିଁ ଉଦ୍ଦିଷ୍ଟ । ଏଠାରେ ଆମେ କହି ରଖୁଛୁ କି, ଏହି ଦୁଇଟି ପ୍ଲାନରେ କୌଣସି ବି ପ୍ରକାରର କଲିଂ କିମ୍ବା ମେସେଜିଂର ସୁବିଧା ଉପଲବ୍ଧ ନାହିଁ ।