ରିଲ୍ ଭିଲେନଙ୍କ ରିୟଲ୍ ଚେହେରା ! ପ୍ରେମିକଙ୍କ ଘରୁ ଶ୍ରଦ୍ଧାଙ୍କୁ ଟାଣି ଟାଣି ଆଣିଲେ ଶକ୍ତି କପୁର୍

84

ରିଲ୍ ଲାଇଫରେ ସବୁବେଳେ ଭିଲେନ୍ ଅଭିନୟ କରୁଥିବା ଶକ୍ତି କପୁର୍ ଏବେ ରିୟଲ୍ ଲାଇଫରେ ମଧ୍ୟ ସାଜିଛନ୍ତି ଖଳନାୟକ । ଆଉ ସିନେମା ଷ୍ଟାଇଲରେ ଅଲଗା କରିଛନ୍ତ ଦୁଇ ପ୍ରେମୀ ଯୁଗଳଙ୍କୁ । ତେବେ ଏହି ଲଭ ବାର୍ଡ ଆଉ କେହି ନୁହେଁ, ତାଙ୍କ ନିଜ ଝିଅ ଶ୍ରଦ୍ଧା କପୁର୍ ଓ ଫରହାନ୍ ଅଖତର୍ । ଏମାନଙ୍କୁ ଅଲଗା କରିବା ପାଇଁ ଶକ୍ତି ଝିଅ ଶ୍ରଦ୍ଧାକୁ ପ୍ରେମିକ ଫରହାନଙ୍କ ଘରୁ ଜୋର କରି ଟାଣି ଟାଣି ଆଣିବାକୁ ମଧ୍ୟ ପଛାଇ ନାହାଁନ୍ତି ।

ସୂଚନା ଅନୁସାରେ , ‘ସିନେମା ରକ୍ ଅନ୍ – ୨’ ରୁ ହିଁ ଶ୍ରଦ୍ଧା ଓ ଫରହାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ଆଉ ଏହି ପ୍ରେମକୁ ସଫଳ କରିବାକୁ ଫରହାନଙ୍କ ସହ ଲିଭ୍ ଇନ୍ ରିଲେସନରେ ରହିବା ପାଇଁ ଶ୍ରଦ୍ଧା ନିଜ ଘର ଛାଡି ଚାଲି ଆସିଥିଲେ । ତେବେ ଏହାକୁ ସହଜରେ ହଜମ କରି ପାରି ନଥିଲେ ଶକ୍ତି କପୁର୍ । ଆଉ ଝିଅକୁ ଫେରାଇ ଆଣିବାକୁ ପହଂଚି ଯାଇଥିଲେ ଫରହାନଙ୍କ ଘରେ । ହେଲେ ଫରହାନଙ୍କ ପ୍ରେମରେ ପାଗଳ ଶ୍ରଦ୍ଧା କିନ୍ତୁ ଆସିବାକୁ ନାରାଜ୍ ଥିଲେ । ଆଉ ଶେଷରେ ନିଜର ଅସଲ ଚେହେରା ଦେଖାଇଥିଲେ ଶକ୍ତି । ବଳପୂର୍ବକ ଶ୍ରଦ୍ଧାଙ୍କୁ ଟାଣି ଟାଣି ନିଜ ଘରକୁ ନେଇ ଆସିଥିଲେ ।