ନୂଆ ବର୍ଷରେ ଶାହାରୁଖ ଦେବେ ସରପ୍ରାଇଜ !

71

ଏବେ ନିଜର ଆଗାମୀ ଫିଲ୍ମ ପାଇଁ ପୁରା ବ୍ୟସ୍ତ ନାୟକ ପାଲଟିଯାଇଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ । ନୂଆ ବର୍ଷରେ ନିଜର ପ୍ରଶଂସକଙ୍କୁ ଦେବେ ସରପ୍ରାଇଜ୍ । ବର୍ତ୍ତମାନ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଆଗାମୀ ନାମ କରଣ ହୋଇନଥିବା ଫିଲ୍ମର ସୁଟିଂ ରେ ଖୁବ୍ ବ୍ୟସ୍ତ ଅଛନ୍ତି ଶାହାରୁଖ୍ । ଏହି ଫିଲ୍ମର ଖାସ୍ କଥା ହେଲା କି ଶାହାରୁଖ ଏଥିରେ ବାମନ ଭୂମିକାରେ ନଜର ଆସିବେ । ଆଉ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ୟାଟରିନା କୈଫ୍ ଙ୍କ ସହ ତାଙ୍କର ରୋମାଂନ୍ସ ମଧ୍ୟ ଫିଲ୍ମରେ ଦେଖିବାକି ମିଳିବ । ଏହି ଫିଲ୍ମର ଟାଇଟଲକୁ ନେଇ ବି-ଟାଉନରେ ଏବେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ବିଷୟରେ ଫିଲ୍ମ ପ୍ରଯୋଜକଙ୍କ ଠାରୁ କୌଣସି ସୂଚନା ମିଳିନାହିଁ ।

ସଦ୍ୟ ମିଳିଥିବା ସୂଚନା ମୁତାବକ , ଶାହାରୁଖ ଖାନ୍ ନୂଆ ବର୍ଷ ଅବସରରେ ଫିଲ୍ମର ଟାଇଟଲ ସହ ନିଜର ପ୍ରଶଂସକଙ୍କୁ ଏକ ସରପ୍ରାଇଜ୍ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ତାଙ୍କର ପ୍ରଶଂସକମାନେ ଫିଲ୍ମରେ ନିଜର ପ୍ରିୟ କିଙ୍ଗ୍ ଖାନଙ୍କୁ ବାମନ ଭାବେ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଏହା ଏକ ମଜାଦାର କଥା ଯେ , ବଲିଉଡର ଏହି ବାଦଶାହ ଆଜି ସୁଦ୍ଧା ଏପରି ସ୍ୱତନ୍ତ୍ର ଭୂମିକାରେ ନଜର ଆସିନାହାଁନ୍ତି । ଏଣୁ ଏହି ଫିଲ୍ମଟି ଶାହାରୁଖଙ୍କର ଏକ ପ୍ରମୂଖ ଫିଲ୍ମ ହେବାକୁ ଯାଉଛି । ଆଉ ଏଥିରେ ସେ ନିଜ ଅଭିନୟ କ୍ୟାରିୟର ଶତପ୍ରତିଶତ ଦକ୍ଷତା ଦେଉଛନ୍ତି । ଏଥିପାଇଁ ଏହି ଫିଲ୍ମରେ ଅନେକ ଭିଜୁଆଲ୍ ଇଫେକ୍ଟ ମଧ୍ୟ ରହିବ । ଏହା ହିଟ୍ ହେବାର ଏକ ବଡ ଆଶା କରାଯାଉଛି । ଏହି କାରଣରୁ ଫିଲ୍ମର ସୁଟିଂ ପରେ ଏହାର ପୋଷ୍ଟ-ପ୍ରଡକ୍ସନରେ ଅଲଗା କିଛି କିଛି ମାସ ସମୟ ଲାଗିପାରେ । ଆଉ ମଧ୍ୟ ଏହି ଫିଲ୍ମଟି ଆସନ୍ତା ବର୍ଷ ବଡଦିନ ଅବସରରେ ରିଲିଜ ହେବାର ଆଶା କରାଯାଉଛି ।