ରିଜର୍ଭ ବ୍ୟାଙ୍କର ଏହି କଥା ନ ମାନିଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ! ଜାଣନ୍ତୁ ପୂରା ଘଟଣା

31

ଏବେ ଇଣ୍ଟରନେଟ ଯେଉଁଭଳି ଦ୍ରୁତ ଗତିରେ ଘରେ ଘରେ ପହଞ୍ଚୁଛି ଠିକ୍ ସେହି ପରିମାଣରେ ଠକେଇ ମଧ୍ୟ ବୃଦ୍ଧି ପାଉଛି । କ୍ଷଣିକରେ ଠକେଇର ଶିକାର ହେଉଥିବା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ସଫା ହୋଇ ଯାଉଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସଚେତନତାମୂଳକ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଦ୍ୱାରା ଲୋକ ମାନଙ୍କୁ ଅନଲାଇନ ଠକେଇ ଓ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ଠକେଇ ବିଷୟରେ ସଚେତନ କରାଯାଉଛି । ଆଉ ଏହି କ୍ରମରେ ବୁଧବାର କେନ୍ଦ୍ରୀୟ ବ୍ୟାଙ୍କ ଏକ ବୟାନ ଜାରି କରିଛି । ଯେଉଁଥିରେ କିଛି ଇମେଲରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି । ଆରବିଆଇ ନାମରେ ଇମେଲ ପଠାଇ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଚଳୁ କରି ନେଉଛନ୍ତି କିଛି ବ୍ୟକ୍ତି ।

ଭାରତୀୟ ରିର୍ଜଭ ବ୍ୟାଙ୍କର କହିବା ଅନୁଯାୟୀ, ଆରବିଆଇ ନାଁରେ ଲୋକଙ୍କ ପାଖକୁ ନକଲି ଇମେଲ ପଠାଯାଉଛି । ଏହି ମେଲରେ ଲୋକମାନଙ୍କୁ ପୁରସ୍କାର ଜିତିବା ନେଇ ସୂଚନା ଦିଆଯାଉଛି । ତେବେ ପୁରସ୍କାର ରାଶି ପାଇବାକୁ ହେଲେ ପ୍ରୋସେସିଙ୍ଗ ଫିସ୍ ଓ ଅନ୍ୟାନ୍ୟ ଚାର୍ଜ ବାବଦକୁ ଟଙ୍କା ମଗାଯାଉଛି । ସୂଚନା ଅଭାବରୁ କିଛି ଲୋକ ପୁରସ୍କାର ରାଶି ପାଇବା ପାଇଁ ଟଙ୍କା ପଠାଇ ଦେଇଥାନ୍ତି । ଯେତେବେଳେ କୌଣସି ପୁରସ୍କାର ରାଶି ତାଙ୍କ ପାଖକୁ ଆସିନଥାଏ ତାହା ପରେ ଜାଣିଥାନ୍ତି କି ତାଙ୍କୁ ଠକି ଦିଆଯାଇଛି । ଆଉ ପ୍ରୋସେସିଙ୍ଗ ଫିସ୍ ବାବଦକୁ ଦିଆଯାଇଥିବା ଟଙ୍କା ଚଳୁ ହୋଇ ଯାଇଥାଏ ।

ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଆରବିଆଇ ସ୍ପଷ୍ଟ କରିଛି ଯେ, ଏଭଳି କୌଣସି ମେଲ କିମ୍ବା ମେସେଜ ରିଜର୍ଭ ବ୍ୟାଙ୍କ ପକ୍ଷରୁ କାହାକୁ ପଠା ଯାଇନଥାଏ । ଖାସକରି ଲଟେରୀରେ ଜିତିଥିବା କିମ୍ବା ବିଦେଶରୁ ପଇସା ଆସୁଥିବା ଭଳି କୌଣସି ସୂଚନା ଇମେଲ କିମ୍ବା ମେସେଜ ଦ୍ୱାରା ଲୋକଙ୍କୁ ଦିଆଯାଇ ନଥାଏ । ରିଜର୍ଭ ବ୍ୟାଙ୍କ ନାଁରେ ନକଲି ଇମେଲ-କିମ୍ବା ମେସେଜ ପଠାଉଥିବା ବ୍ୟକ୍ତି ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଓ ଆରବିଆଇ ଭଳି ଶବ୍ଦ ବ୍ୟବହାର କରିଥାନ୍ତି । ତେଣୁ ଲୋକମାନେ ଏହାକୁ ସତ ବୋଲି ଧରି ନେଇଥାନ୍ତି । ତେବେ ଯଦି ଏଭଳି ଠକେଇରୁ ରକ୍ଷା ପାଇବାକୁ ଚାହୁଁଥାନ୍ତି ତେବେ ଇମେଲ କେଉଁ ଠିକଣାରୁ ଆସିଛି ତାହା ପତ୍ତା ନିଶ୍ଚିତ ଭାବେ କରନ୍ତୁ । ଏଭଳି ଇମେଲ ଉପରେ ସନ୍ଦେହ ହେଲେ କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ଏହାଛଡ଼ା ଏଭଳି ଇମେଲ ଓ ଏସଏମଏସର କୌଣସି ଉତ୍ତର ନ ଦେଇ ମଧ୍ୟ ଏଭଳି ଠକେଇରୁ ରକ୍ଷା ପାଇ ପାରିବେ ।