‘ପଦ୍ମାବତ’ ରିଲିଜ୍ ପାଇଁ ପଥ ପରିଷ୍କାର ! ପୁରା ଦେଶରେ ୨୫ ତାରିଖରେ ରିଲିଜ୍ ହେବ ସିନେମା

31

ପଦ୍ମାବତ ସିନେମା ରିଲିଜ୍ ପାଇଁ ପଥ ପରିଷ୍କାର । ଆସନ୍ତା ୨୫ତାରିଖରେ ପୁରା ଦେଶରେ ରିଲିଜ୍ ହେବ ସିନେମା । ପଦ୍ମାବତର ରିଲିଜ୍ ନେଇ ସୁପ୍ରିମକୋର୍ଟରେ ହୋଇଥିବା ସବୁ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଫିଲ୍ମ ରିଲିଜ୍ ପାଇଁ ସବୁଜ ସଂକେତ ଦେବା ପରେ ଏହାର ପୁନଃବିଚାର କରିବା ପାଇଁ ଆବେଦନ କରିଥିଲେ ମଧ୍ୟପ୍ରଦେଶ ଓ ରାଜସ୍ତାନ ସରକାର ସମେତ କେତେକ ସଂଗଠନ ।

ଉଲ୍ଲେଖଥାଉ କି,  ଆଗାମୀ ୨୫ ତାରିଖରେ ଫିଲ୍ମ ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବା ପରେ ପୁଣି ବିରୋଧ ଆରମ୍ଭ କରିଥିଲା କରଣି ସେନା । ବିଭିନ୍ନ ସହରରେ ଫିଲ୍ମର ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି କରିଛି । ଏହାରି ଭିତରେ ଫିଲ୍ମ ରିଲିଜ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ।