ରାଜ୍ୟପାଳଙ୍କୁ ଭେଟିଲେ ସର୍ବଦଳୀୟ କମିଟି : ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଲେ ସ୍ମାରକପତ୍ର

24

କନକ ବ୍ୟୁରୋ : ଗତକାଲିର ସର୍ବଦଳୀୟ ବୈଠକ ପରେ ଆଜି ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଏବଂ ଏହାଯୋଗୁଁ ଓଡିଶାର କ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା । ମହାନଦୀ ବିବାଦ ପ୍ରସଂଗରେ ସର୍ବଦଳୀୟ କମିଟି ଗଠନ କରାଯାଇଛି । ପୂର୍ବତନ ଜଷ୍ଟିସ ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଏହି କମିଟି ମହାନଦୀ ଜଳ ବିବାଦର ସମାଧାନ ପାଇଁ ବାଟ ବାହାର କରିବେ । ସମସ୍ତ ରାଜନୈତିକ ଦଳ, ସ୍ୱଚ୍ଛାସେବୀ ସଂଗଠନ ଓ ବିଶେଷଜ୍ଞ ଦଳର ମତାମତ ନେଇପାରିବେ ଏହି କମିଟି ।