ମାତ୍ର ୩ ଟଙ୍କାରେ ଘରେ ପ୍ରସ୍ତୁତ କରନ୍ତୁ ଏହି ଜିନିଷ । ୩୦ ଦିନ ଯାଏ ଆପଣଙ୍କ ଘରେ ପସି ପାରିବେନି ଗୋଟିଏ ବି ମଶା, ଜାଣନ୍ତୁ ତିଆରି କରିବାର ପୂରା ବିଧି

81

ମ୍ୟାଲେରିଆରୁ ରକ୍ଷା ପାଇବା ହେଉଛି ମଶାଙ୍କ ଦାୟରୁ ନିଜକୁ ରକ୍ଷା କରିବା । ମ୍ୟାଲେରିଆରୁ ବଂଚିବା ପାଇଁ ଏବେ ଟୀକା ବାହାର କରାଯିବା ନେଇ ଆଲୋଚନା ଜାରି ରହିଛି । କିନ୍ତୁ ଏହା ସାଧାରଣ ଲୋକଙ୍କ ନିକଟରେ ପହଂଚିବାକୁ ଏବେ ଅନେକ ସମୟ ଲାଗିପାରେ । ଏଭଳି ପରିସ୍ଥିତିରେ ମଶାଙ୍କ ଦାୟରୁ ରକ୍ଷା ପାଇବା ପାଇଁ ମଶାବତି ଓ ମସ୍କ୍ୟୁଟୋ ରେପେଲାଂଟ ହିଁ ବେଷ୍ଟ ଉପାୟ ।

ଘରେ ପ୍ରସ୍ତୁତ କରନ୍ତୁ ରିଫିଲର ଲିକ୍ୱିଡ

ମଶାଙ୍କୁ ଘରୁ ହଟାଇବା ପାଇଁ ଅଧିକାଂଶ ଲୋକେ ରିଫିଲ୍ ବ୍ୟବହାର କରିଥାନ୍ତି । ରିଫିଲରେ ଲିକ୍ୱିଡ ଭରି ରହିଥାଏ, ଯାହାକୁ ଏକ ମେସିନରେ ଫିଟ୍ କରାଯାଇଥାଏ । ମେସିନ ରିଫିଲର ଲିକ୍ୱିଡକୁ ଗରମ କରିଥାଏ ଏବଂ ତାହା ପବନରେ ଖେଳିଯାଇଥାଏ । ଯାହାଦ୍ୱାରା ମଶା ପଳାଇଯାଇଥାନ୍ତି । ରିଫିଲ ମଧ୍ୟରେ ଭରାଯାଉଥିବା ଲିକ୍ୱିଡକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ବଡ କଥା ହେଲା ଏଥିପାଇଁ ଆପଣଙ୍କ ପକେଟରୁ ଖର୍ଚ୍ଚ ହେବ ମାତ୍ର ୩ଟଙ୍କା ।

ରିଫିଲ୍ ପାଇଁ ଆବଶ୍ୟକୀୟ ସାମଗ୍ରୀ

ଯଦି ଆପଣଙ୍କ ନିକଟରେ କୌଣସି କଂପାନୀର ରିଫିଲ ମେସିନ ରହିଛି , ତେବେ ତାର ଲିକ୍ୱିଡକୁ ଘରେ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କୁ ଖାଲି କର୍ପୂର ଏବଂ ତାରପିନ ତେଲର ଆବଶ୍ୟକତା ପଡିବ । ଗୋଟିଏ ଲିଟର ତାରପିନ ଏବଂ ଗୋଟିଏ ପକେଟ କର୍ପୂରରୁ ଆପଣ ୨ଦୁଇ ବର୍ଷ ତଥା ୨୪ ମାସ ପାଇଁ ଲିକ୍ୱିଡ ପ୍ରସ୍ତୁତ କରିପାରିବେ ।