ଫେକ୍ ନ୍ୟୁଜ ରୋକିବାକୁ ଫେସବୁକର ନୂଆ ପ୍ରୟାସ ! ମିଛ ଖବର ଜାଣିବା ପାଇଁ ୟୁଜରଙ୍କୁ ଦେଲା ଟିପ୍ସ ।

33

ସୋସିଆଲ ମିଡିଆର ବାଦଶାହା କୁହାଯାଉଥିବା ଫେସବୁକ ନିଜ ୟୁଜରଙ୍କୁ ମିଥ୍ୟା ଖବର ପ୍ରତି ସାବଧାନ ରହିବାକୁ ସୂଚନା ଦେଇଛି । ଏବେ ଫେସବୁକରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ମିଥ୍ୟା ଖବର ସାମ୍ନାକୁ ଆସୁଛି । ଏପରିକି ଏଭଳି ଖବରର ସତ୍ୟାସତ୍ୟ ଜାଣିବା ପୂର୍ବରୁ ଏହି ଖବର ଅତିଶୀଘ୍ର ଭାଇରାଲ ହୋଇ ଯାଉଛି । ତେଣୁ ଅନେକ ଲୋକ ଏହି ମିଥ୍ୟା ଖବରକୁ ନେଇ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ଖବରରୁ ନିବୃତ ରହିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇ ବ୍ୟବହାରକାରୀଙ୍କୁ ସର୍ତକ ଓ ଜାଗ୍ରତ କରାଉଛି ଫେସବୁକ । ତେବେ କିପରି ଏଭଳି ଫେକ ନ୍ୟୁଜରୁ ଦୁରେଇ ରହିବେ ସେ ନେଇ ଫେସବୁକ ମଧ୍ୟ କିଛି ଉପାୟ ସେୟାର କରିଛି ।

facebookଏବେ ପ୍ରାୟ ସମସ୍ତ ଲୋକ ଫେସବୁକ ଓ ହ୍ୱାଟସଆପର ବ୍ୟବହାର କରୁଛନ୍ତି । କିନ୍ତୁ ଏଭଳି ସମୟରେ ଲଗାତାର ଭାବେ ସୋସିଆଲ ମିଡିଆରେ ମିଥ୍ୟା ନ୍ୟୁଜ ଭଳି ଘଟଣା ସାମ୍ନାକୁ ଆସୁଛି । ତେଣୁ ଅନେକ ଲୋକ ଏ ନେଇ ଫେସବୁକରେ ଅଭିଯୋଗ ମଧ୍ୟ କରିଛନ୍ତି । ବିଭିନ୍ନ ସମୟରେ ଫେସବୁକ ଓ ହ୍ୱାଟସଆପ ଜରିଆରେ ମିଥ୍ୟା ସୂଚନା, ମିଛ ଖବର ଭାଇରାଲ କରାଯାଉଛି । ତେଣୁ ଏଭଳି ସମୟରେ ଫେସବୁକ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ତେଣୁ ସମସ୍ତଙ୍କୁ ମିଳିମିଶି ଏହାର ଉପାୟ ଖୋଜିବାକୁ କହିଛି ଫେସବୁକ ।

imagesଏହାଛଡା ଅନେକ ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ଫେସବୁକ ମିଥ୍ୟା ଖବର ଉପରେ ଲଗାମ ଲଗାଇବାକୁ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ବିଭିନ୍ନ ସ୍ତରରେ ନୂଆ ନୂଆ ପଦକ୍ଷେପ ଆପଣାଇଛି ଫେସବୁକ । ତା ସହିତ ଖବର ମିଛ କି ସତ ଜାଣିବା ପାଇଁ ବ୍ୟବହାରକାରୀଙ୍କୁ ବିଭିନ୍ନ ଉପାୟରେ ସର୍ତକ କରାଉଛି ଫେସବୁକ । ଏହାଛଡା ଫେସବୁକ ନିଜ ୟୁଜରଙ୍କୁ କହିଛି ଯଦି କୌଣସି ଖବର ଆପଣଙ୍କୁ ମିଛ ଲାଗୁଥାଏ ତେବେ ତାହାର ଯାଞ୍ଚ କରିବା ଆବଶ୍ୟକ । ଏହାଛଡା କେଉଁ ଖବର ମିଛ କେଉଁ ଖବର ସତ ତାହା ଜାଣିବା ପାଇଁ କିଛି ଉପାୟ ମଧ୍ୟ କହିଛି ଫେସବୁକ ।

ମିଛ ଖବରରୁ ବଞ୍ଚିବାକୁ ନିଜ ୱେବସାଇଟ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବିଭିନ୍ନ ଉପାୟ ବତାଇଛି ଫେସବୁକ । ତା ଛହା ଏଭଳି ଖବରକୁ କିପରି ରୋକାଯାଇପାରିବ ସେ ନେଇ ୟୁଜରଙ୍କ ପାଖରୁ ପରାମର୍ଶ ଦେବାକୁ କହିଛି । ୱେବସାଇଟରେ ଦିଆ ଯାଇଥିବା ଟିପ୍ସ ଅନୁଯାୟୀ, ମିଛ ଖବରକୁ ଜାଣିବା ପାଇଁ ପ୍ରଥମେ ଖବରର ଉତ୍ସ ଜାଣିବା ସହ ୟୁଆରଏଲ, ତାରିଖ ଓ ଫର୍ମାଟ ଉପରେ ଧ୍ୟାନ ଦେବାକୁ ହେବ । ଏହାଦ୍ୱାରା ଆପଣ ଏହି ଘଟଣା ସତ କି ମିଛ ତାହା ବେଶ ସହଜରେ ଜାଣି ପାରିବେ ।