ବାହୁବଳୀ’ର ଏହି ନାୟିକାଙ୍କୁ ଦୁର୍ବ୍ୟବହାର କରି ପାନେ ପାଇଲେ ଅଭିନେତା ! ସର୍ବ ସମ୍ମୁଖରେ ଖାଇଲେ ଶକ୍ତ ଚାପୁଡା

76

ବହୁ ପ୍ରତିକ୍ଷୀତ ସିନେମା ‘ବାହୁବଳୀ’ର ଏକ ଗୀତରେ ନଜର ଆସିଥିବା ନାୟିକା ସ୍କାରଲେଟ୍ ୱିଲସନ ହେଲେ ଅସଦାଚରଣର ଶିକାର । ସେ ପୁଣି ସୁଟିଂ ସେଟରେ । ଏକ ସିନେମାର ଆଇଟମ୍ ଗୀତ ପାଇଁ ଡାନ୍ସର ସୁଟିଂ ଚାଲିଥିବା ସମୟରେ ହିଁ ସ୍କାରଲେଟଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ତେବେ ଅସଦାଚରଣ କରିଥିବା ବ୍ୟକ୍ତି ଜଣକ ଅନ୍ୟ କୌଣସି ବାହାରର ନୁହେଁ ବରଂ ସେହି ତାଙ୍କ ସହ-ଅଭିନେତା ଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ସିନେମା ‘ହଂସା-ଏକ ସଂଯୋଗ’ର ସୁଟିଂ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ସ୍କାରଲେଟ୍ ଏହି ସିନେମା ପାଇଁ ଗୋଟିଏ ଆଇଟମ ନମ୍ବର ସୁଟ୍ କରୁଥିଲେ । ଯେଉଁଥିରେ ଉପାକାନ୍ତ ରାୟ ନାମକ ଜଣେ ଅଭିନେତା ତାଙ୍କ ସହ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଅଶ୍ଳୀଳ କମେଂଟ କରିଥିଲେ । ଖାଲି ସେତିକି ନୁହେଁ ଉମାକାନ୍ତ ସ୍କାରଲେଟଙ୍କୁ ଖରାପ ଉଦ୍ଦେଶ୍ୟରେ ଛୁଇଁବାକୁ ମଧ୍ୟ ଚେଷ୍ଟା କରୁଥିଲେ । ଯେଉଁଥିପାଇଁ ସ୍କାରଲେଟ୍ ୱିଲସନ ତାଙ୍କୁ ଏକ ଶକ୍ତ ଚାପୁଡା ମାରି ସୁଟିଂ ଛାଡି ସେଠାରୁ ଚାଲି ଆସିଥିଲେ ।

ସେପଟେ, ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ସୁରେଶ ଶର୍ମା । ସେ କହିଛନ୍ତି କି, ‘ଆମ ସିନେମାର ଏକ ଆଇଟମ ଗୀତର ସୁଟିଂ ଚାଲଥିବା ସମୟରେ ଅଭିନେତା ଉମାକାନ୍ତ ସ୍କାରଲେଟଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ଆମେ ସୁଟିଂ ସେଟରେ ହୋଇଥିବା ଏପ୍ରକାରର ଘଟଣାକୁ ନିନ୍ଦା କରୁଛୁ । ଆଉ ଉମାକାନ୍ତଙ୍କୁ ତୁରନ୍ତ ସିନେମାରୁ ବାହାର କରିବାକୁ ନିଷ୍ପତ୍ତି ନେଇକ୍ତୁ । ବର୍ତ୍ତମାନ ଉମାକାନ୍ତଙ୍କୁ ସିନେମାରୁ ଦୂରେଇ ରଖାଯାଇଛି । ଉମାକାନ୍ତଙ୍କର ଏଭଳି ବ୍ୟବହାରର ଅଭିଯୋଗ ଆମେ ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ ନିକଟରେ ମଧ୍ୟ କରିବୁ’ ।

ଏଠାରେ ଆମେ କହିରଖୁଛୁ କି, ସ୍କାରଲେଟ୍ ‘ସାଂଘାଇ’ ଏବଂ ‘ଆର ରାଜକୁମାର’ ଭଳି ସିନେମାରେ ଆଇଟମ୍ ସଙ୍ଗରେ ଡାନ୍ସ କରିସାରିଛନ୍ତି । ଏଥିସହିତ ସେ ‘ବାହୁବଳୀ’ ସିନେମାର ପ୍ରଥମ ଭାଗର ‘ମନୋହାରୀ’ ଗୀତରେ ନଜର ମଧ୍ୟ ଆସିଥିଲେ ।

ସୌଜନ୍ୟ- ଇଣ୍ଡିଆ ଟାଇମ୍ସ