ଆଉ ଜଣେ ଷ୍ଟାରକିଡଙ୍କୁ ଲଂଚ୍ କରିବେ ସଂଜୟ !

35

୨୦୦୭ରେ ରିଲିଜ ହୋଇଥିଲା ଫିଲ୍ମ ‘ସାୱରିଆ’ । ସଂଜୟ ଲୀଳା ଭଂସାଲୀଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମକରି ବଲିଉଡରେ ପ୍ରବେଶ କରିଥିଲେ ଦୁଇ ଷ୍ଟାରକିଡ୍ କପୁର ଓ ସୋନମ କପୁର । ସଂଜୟ ଲଂଚ୍ କରିଥିବା ଏହି ଦୁଇ କଳାକାର ବଲିଉଡରେ ଏବେ ଖୁବ୍ ଲୋକପ୍ରିୟ । ଏବେ ଆଉ ଜଣେ ଷ୍ଟାରକିଡ୍ ଙ୍କ ଭାଗ୍ୟ ଖୋଲିବା ପାଇଁ ଯାଉଛନ୍ତି ସଂଜୟ । ସେ ହେଉଛନ୍ତି ଜଣାଶୁଣା ଅଭିନେତା ଓ କୋରିଓଗ୍ରାଫର ଜାବେଦ ଜାଫରିଙ୍କ ପୁଅ ମିଜାନ୍ ଜାଫରି ।

ଏହି ଖବରକୁ ନେଇ ସଂଜୟଙ୍କ ପକ୍ଷରୁ କୈାଣସି ସ୍ପଷ୍ଟୋକ୍ତି ମିଳିନାହିଁ । କିନ୍ତୁ କୈାଣସି ବିଶେଷ ସୂତ୍ରରୁ ଖବର ମିଳିବା ପରେ ଏହାକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା । ଫିଲ୍ମ ବାଜିରାଓ ମସ୍ତାନୀର ସହନିର୍ଦ୍ଦେଶକ ଥିଲେ ମିଜାନ୍ । ଏବେ ସେ ନ୍ୟୁୟର୍କର ଭିଜୁଆଲ୍ ଆର୍ଟସରେ ଫିଲ୍ମ ନିର୍ମାଣ ସମ୍ବନ୍ଧୀୟ କୋର୍ସ କରୁଛନ୍ତି । ସେଠାରୁ ଫେରିବା ପରେ ସେ ଫିଲ୍ମ କରିବେ । ତାଙ୍କ ଅଭିନୀତ ଫିଲ୍ମର ପ୍ରଯୋଜନା ମିଳିତ ଭାବେ ଭଂସାଲୀ ପ୍ରଡକ୍ସନ ଓ ମହାବୀର ଜୈନ କରିବେ । ଆଉ ଏହାର ନିର୍ଦ୍ଦେଶନା କରିବେ ମଙ୍ଗେସ ହଡାୱାଲେ । ତେବେ ଏହି ସୂଚନା କେତେ ସତ ତାହା ସଂଜୟଙ୍କ ମୁହଁରୁ ଶୁଣିବା ପରେ ଜଣାପଡିବ ।