‘କାବିଲ୍’ର ହେବ ହଲିଉଡ ରିମେକ୍ ! ଏଥିରେ ହ୍ରିତିକ୍ କରିପାରନ୍ତି ଅଭିନୟ

36

ଚଳିତ ବର୍ଷର ଆରମ୍ଭରେ ଶାହାରୁଖ ଖାଁଙ୍କ ଅଭିନୀତ ଫିଲ୍ମ ‘ରଇସ’କୁ ଟକ୍କର ଦେଇ ରିଲିଜ୍ ହୋଇଥିଲା ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘କାବିଲ୍’ । ଫିଲ୍ମର କାହାଣୀ ଓ ପ୍ରଥମକରି ଜଣେ ଦୃଷ୍ଟିହୀନ ଭୂମିକାରେ ହ୍ରିତିକଙ୍କ ଅଭିନୟ ଛୁଇଁଥିଲା ଦର୍ଶକଙ୍କ ମନକୁ । ଏପରିକି ନିକଟରେ କରାଯାଇଥିଲା ଏକ ଅନଲାଇନ୍ ସର୍ଭେରେ ବର୍ଷର ପ୍ରଥମାର୍ଦ୍ଧରେ ଫିଲ୍ମଟି ଶ୍ରେଷ୍ଠ ଫିଲ୍ମ ଓ ହ୍ରିତିକ୍ ଶ୍ରେଷ୍ଠ ଅଭିନେତା ଭାବେ ପରିଗଣିତ ହୋଇଥିଲେ । ଯାହା ତାଙ୍କ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢିଯାଇଛି ।

ଏହି ଫିଲ୍ମର ହଲିଉଡ ରିମେକ୍ କରିବା ପାଇଁ ଫକ୍ସ ଇଣ୍ଟରନ୍ୟାସନାଲ୍ ପ୍ରଡକ୍ସନ ହ୍ରିତିକଙ୍କ ଠାରୁ ଅଧିକାର ଚାହିଁଛନ୍ତି । ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ହ୍ରିତିକ୍ ଏଥିପାଇଁ ଅନୁମତି ଦେବେ ବୋଲି ଶୁଣିବାକୁ ମିଳିଛି । ସାଧାରଣତଃ ହଲିଉଡ୍ ଇଣ୍ଡଷ୍ଟ୍ରୀରେ କାମ କରିବା ଅନେକ ବଲିଉଡ କଳାକାରଙ୍କ ଲାଗି ଏକ ସମ୍ମାନର ବିଷୟ ହୋଇଥାଏ ।

ଅନେକ କଳାକାର ଏହି ଇଣ୍ଡଷ୍ଟ୍ରୀରେ କାମ କରି ସଫଳତା ମଧ୍ୟ ପାଇଛନ୍ତି । କିନ୍ତୁ କୈାଣସି ହିନ୍ଦୀ ଫିଲ୍ମର ରିମେକ୍ କରିବା ପାଇଁ ହଲିଉଡ୍ ପ୍ରଡକ୍ସନ ହାଉସ୍ ଚାହୁଁଥିବାରୁ ହ୍ରିତିକ୍ ଏହାକୁ ନେଇ ଖୁବ୍ ଖୁସି । ସେ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି । ସେଠାରୁ ଫେରିବା ପରେ ବାପା ରାକେଶ ରୋଶନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଶୁଣିବାକୁ ମିଳିଛି । ତେବେ ଏହି ଚର୍ଚ୍ଚା ସହ ଆଉ ଏକ ଚର୍ଚ୍ଚା ମଧ୍ୟ ଯୋଡି ହୋଇଯାଇଛି । ଅନେକ ଆଶା କରିଛନ୍ତି ହୁଏତ ଏହି ରିମେକରେ କାମ କରିବାର ସୁଯୋଗ ହ୍ରିତିକଙ୍କୁ ମିଳିପାରେ ।