ଟ୍ରାକ୍ ମରାମତି ବେଳେ ଚଢ଼ିଗଲା ଟ୍ରେନ୍ ! ଜଣେ ମୃତ, ୨ ଗୁରୁତର

22

କନକ ବ୍ୟୁରୋ : ଗତକାଲି ରାତି ପ୍ରାୟ ୨ଟା ବେଳେ କୋରାପୁଟ୍ ଷ୍ଟେସନ ରେଲେଓ୍ଵ ଟ୍ରାକରେ ମରାମତି କରୁଥିବା ବେଳେ ହଠାତ ଏକ ଟ୍ରେନ୍ ଇଞ୍ଜିନ ଭୁଲ ଟ୍ରାକରେ ଆସି ମରାମତି କରୁଥିବା ରେଳବାଇ କର୍ମଚାରୀଙ୍କୁ ଧକ୍କା ଦେଇଛି । ଏଥିରେ ଜଣେ ରେଳବାଇ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଷ୍ଟେସନ୍ ରେଲେଓ୍ଵ ଟ୍ରାକରେ କିଛି ତ୍ରୁଟି ଥିବା ଜଣାପଡ଼ିବା ପରେ ସିଗନାଲ ମ୍ୟାନେଜର ବିଏସ ଭଟାଚାର୍ୟ୍ୟ, ଟ୍ରାକ୍ ମ୍ୟାନ୍ ସନାଧର ହନ୍ତାଳ ଓ ମେକାନିକ୍ ଆର କପିଳାସ ରାଜୁ ଟ୍ରାକ୍ ମରାମତି କରୁଥିଲେ । ରାତିପ୍ରାୟ ୨ଟା ସମୟରେ ଏକ ରେଳ ଇଞ୍ଜିନ୍ ଭୁଲ ଟ୍ରାକ୍ରେ ଆସି ସେମାନଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଶ୍ରୀ ଭଟାଚାର୍ୟ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ଶ୍ରୀ ହନ୍ତାଳ ଓ ଶ୍ରୀ ରାଜୁ ଗୁରୁତର ଭାବେ ଆହତ ହୋଇଛନ୍ତି ।