ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ: ଝରକା କାଚ ଭାଙ୍ଗି ଶିଶୁ ଗୁରୁତର

18

ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ମେଡିକାଲରେ ଝରକା କାଚ ଭାଙ୍ଗି ଅଢେଇ ବର୍ଷର ଶିଶୁ ଗୁରୁତର ଭାବେ ଆହତ ହୋଇଛି । ରାସୋଳ ଥାନା ବାବନ୍ଧ ଗାଁର ସବିତା ନାଏକ ତାକଂ ଅଢେଇ ବର୍ଷର ପୁଅ ସହ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ସଂପର୍କୀୟଙ୍କୁ ଦେଖିବାକୁ ଆସିଥିଲେ । କିନ୍ତୁ ଏଡିଏମଓ ଙ୍କ କାର୍ଯ୍ୟାଳୟ ନିକଟରେ ପାଣି ପିଉଥିବା ବେଳେ ୨ ମହଲା ଝରକାରୁ ଏକ ବଡ କାଚ ଭାଙ୍ଗି ଶିଶୁ ମୁଣ୍ଡ ଉପରେ ପଡିଥିଲା । ଫଳରେ ଶିଶୁଟିର ମୁଣ୍ଡରୁ ପ୍ରବଳ ରକ୍ତ ବାହାରିଥିଲା । ଶିଶୁଟିର ମୁଣ୍ଡରେ ୬ଟି ଷ୍ଟିଚ୍ ପଡଥିବା ବେଳେ ମେଡିକାଲ କର୍ତୁପକ୍ଷ ପିଲାର ଭଲମନ୍ଦ ବୁଝିବାକୁ ଆସିନଥିଲେ । ଆହତ ଶିଶୁର ଉତମ ଚିକିତ୍ସା ଲାଗି ପରିବାର ଲୋକ ଦାବି କରିଛନ୍ତି ।