ଅସହ୍ୟ ଶୀତରେ ଥରୁଛି ଶ୍ରୀନଗର : ଡାଲ ହ୍ରଦ ଉପରେ ଜମିଛି ବରଫର ଆସ୍ତରଣ

47

କନକ ବ୍ୟୁରୋ : ଅସହ୍ୟ ଶୀତରେ ଥରୁଛି ଶ୍ରୀନଗର । ରବିବାର ରାତିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଥଣ୍ଡା । ମାଇନସ ୬ ଦଶମିକ ୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ପୂର୍ବରୁ କେବେ ଏତେ ଥଣ୍ଡା ପଡିନଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରବଳ ତୁଷାରପାତ ଫଳରେ ରାସ୍ତାଘାଟରେ ଆଣ୍ଠୁଏ ମୋଟାର ବରଫ ଆସ୍ତରଣ ବସିଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଜମ୍ମୁ-କଶ୍ମୀରରେ ଜଳାଶୟଗୁଡିକ ବରଫ ପାଲଟି ଯାଇଛି । ପ୍ରସିଦ୍ଧ ଡାଲ ହ୍ରଦ ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି, ୨ ଇଂଚ ମୋଟାର ବରଫ ଆସ୍ତରଣ ବସିଛି । ଜାନୁୟାରୀରେ ଘାଟିର ତାପମାତ୍ରା, ଆଂଟାର୍କଟିକାକୁ ଟପି ଯାଇଥିବା କହୁଛନ୍ତି ପରିବେଶ ବିଜ୍ଞାନୀ । ସେପଟେ ଏତେ ମାତ୍ରାରେ ତାପମାତ୍ରା କମିବା ଘାଟି ବାସିନ୍ଦାଙ୍କ ପାଇଁ ସ୍ୱସ୍ଥ୍ୟକର ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଜ୍ଞାନୀ ।

ପ୍ରବଳ ଥଣ୍ଡା ଫଳରେ ଲୋକଙ୍କୁ ବିଭିନ୍ନ ପ୍ରକାର ଥଣ୍ଡା ଜନିତ ରୋଗ ମାଡିବସିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଲଦାଖର ଲେହ ସହର ସବୁଠାରୁ ଥଣ୍ଡା ସହର ବୋଲି ରେକର୍ଡ କରାଯାଇଛି ।