ପଂଚାୟତ ନିର୍ବାଚନ ! କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

30

କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ । ଏହି ୪୦ ଜଣିଆ ତାଲିକାରେ ଓଡିଶା ପ୍ରଭାରୀ ହରିପ୍ରସାଦ, ସହ ପ୍ରଭାରୀ ଶୁଭଙ୍କର ସରକାର ସମେତ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ରହିଛି । ଏହା ସହ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ମୃତକଙ୍କ ଭାଇ ରାଉଲ ନାୟକ ଓ କନ୍ଧମାଳ ମଦ ବିରୋଧୀ ଆନ୍ଦୋଳନରେ ସଂପୃକ୍ତ ଥିବା କେଶମତୀ ପ୍ରଧାନଙ୍କୁ ମଧ୍ୟ ନିଜ ଷ୍ଟାର କ୍ୟାମ୍ପେନର ତାଲିକାରେ ସାମିଲ କରିଛି କଂଗ୍ରେସ ।

ସେହିପରି ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ଭାଇ ଲଲାଟେନ୍ଦୁ ମହାପାତ୍ର ଓ ବିଶିଷ୍ଟ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାରଙ୍କ ନାଁ କଂଗ୍ରେସର ଏହି ତାଲିକାରେ ସ୍ଥାନ ପାଇଛି । କିନ୍ତୁ ଏହି ତାଲିକାରେ ପ୍ରଫୁଲ୍ଲ ମାଝି, ଯୋଗେଶ ସିଂ ସମେତ ୧୦ ଜଣ ବିଧାୟକଙ୍କ ନାଁ ନାହିଁ । ସେହିପରି କଳାହାଣ୍ଡିର ଦାନ ମାଝିଙ୍କୁ କଂଗ୍ରେସ ନିଜ ଷ୍ଟାର କ୍ୟାମ୍ପେନର କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାଙ୍କ ନାଁ ତାଲିକାରେ ରଖିନାହିଁ କଂଗ୍ରେସ ।