ସରକାରଙ୍କୁ ସ୍ୱଚ୍ଛତା ଚିନ୍ତା ! ରାଜ୍ୟର ପ୍ରତ୍ୟେକ ଗାଁକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନ, ସ୍ୱଚ୍ଛ ଗାଁକୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

59

କନକ ବ୍ୟୁରୋ: ଆପଣଙ୍କ ଗ୍ରାମ ସ୍ୱଚ୍ଛ ଅଛି କି? ଯଦି ନାହିଁ ତେବେ ସ୍ୱଚ୍ଛ କରନ୍ତୁ ଗ୍ରାମ କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣଙ୍କ ସ୍ୱଚ୍ଛ ଗାଁକୁ କରିବେ ପୁରସ୍କୃତ । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ, ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସ୍ୱଚ୍ଛ ଗ୍ରାମକୁ ପୁରସ୍କୃତ କରାଯିବ । ଏଦିଗରେ ଭଲ କାର୍ଯ୍ୟ କରିଥିବା ଗାଁ, ପଞ୍ଚାୟତ ଏବଂ ବ୍ଲକ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦ୍ଧୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “କ୍ଲିନଲାଇନେସ ଇଜ ନେଷ୍ଟ ଟୁ ଗଡଲାଇନ୍ସ” ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମକୁ ଏକ ଆନ୍ଦୋଳନ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ ମଧ୍ୟ । ପରିବେଶକୁ ସ୍ୱଚ୍ଛ ରଖିଲେ ଆମେ ସୁସ୍ଥ ରହିବା । ଏବଂ ଆମେ ସୁସ୍ଥ ରହିଲେ ଆମ ପରିବାର ପାଇଁ କିଛି କରିପାରିବା । ଦେଶ ପାଇଁ, ସମାଜ ପାଇଁ କିଛି କରିପାରିବା । ଏହାସହ ସମାଜର ପ୍ରତ୍ୟେକ ନାଗରିକଙ୍କ ସୁସ୍ଥ ସ୍ୱାସ୍ଥ୍ୟ ଆମ ଦେଶର ଅର୍ଥନୀତି ଓ ବିକାଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଗତାକାଲି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ସୁସ୍ଥ ପରିବବେଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ । ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହିତ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସୁଯୋଗ ନୋବାପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଆମେ ସମସ୍ତେ ଆମ ଗାଁ ପରିବେଶକୁ ସଫା ରଖିଲେ ଆମେ ବିଭିନ୍ନ ରୋଗରୁ ଦୂରେଇ ପାରିବା ବୋଲି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଥିଲେ ।