ମାଲକାନଗିରିରେ ଜାରି ରହିଛି ମୃତ୍ୟୁର ତାଣ୍ଡବ : କୋଳ ଶୂନ୍ୟ ମା’କୁ ବୁଝାଇବ କିଏ ?

39

ମାଲକାନଗିରି : ଜାପାନୀ ଏନସାଫାଲାଇଟିସ୍ ଉଜାଡି ଦେଇଛି ସଂସାର । ସନ୍ତାନ ଶୂନ୍ୟ ହୋଇଯାଇଛି ମା’ର କୋଳ । ଗୋଟିଏ ମା’ର ଦୁଇ ସନ୍ତାନର ମୁଣ୍ଡ ନେଇ ଯାଇଛି ଜାପାନୀ ଜ୍ୱର । ନିଜର ଦୁଇ କୁନି କୁନି ପିଲାଙ୍କୁ ହରାଇ ପରିବାରଲୋକ ପାଗଳପ୍ରାୟ । ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଣ ହରାଇଛି ଦାନଗୁଡା ଗାଁର ୩ବର୍ଷୀୟ ଶିଶୁ ରମେଶ ପଡିଆମି । ଏହା ପୂର୍ବରୁ ରବିବାର ଦୀପାବଳି ଦିନ ରମେଶର ୨ବର୍ଷୀୟ ଭଉଣୀ ସୁଶୀଳା ପଡିଆମୀର ମୃତ୍ୟୁ ହୋଇଛି ।

କୁନି ପିଲାଙ୍କୁ ହରାଇ ସର୍ବହରା ହୋଇଯାଇଛି ମା’ । ଜାପାନୀ ଏନସାଫାଲାଇଟିସ୍  ରୋକିବାରେ ବିଫଳ ହୋଇଛି ପ୍ରଶାସନ । ଆଦିବାସୀ ବହୁଳ ମାଲକାନଗିରିରେ ଗୋଟିଏ ପରେ ଗୋଟିଏ ନିଷ୍ପାପ ଶିଶୁ ଜୀବନ ହାରୁଛନ୍ତି । ଜାପାନୀ ଜ୍ୱରରେ ଆକ୍ରାନ୍ତ ଗୋଟିଏ ବି ଶିଶୁ ଏଯାଏଁ ସୁସ୍ଥ ହୋଇ ଘରକୁ ଫେରିନାହାନ୍ତି ।