ସାମ୍ନାକୁ ଆସିଲା ଆଉ ଜଣେ ରଙ୍ଗିଲା ବାବାଙ୍କ କଳା କାରନାମା । ‘୧୬ ହଜାର’ ରାଣୀ ମଧ୍ୟରୁ ଜଣେ କହି ଯୁବତୀଙ୍କୁ କରୁଥିଲା ଅନେକ ଥର ଦୁଷ୍କର୍ମ 

72

ଦିଲ୍ଲୀର ରୋହିଣୀଠାରେ ଆଧାତ୍ମିକ ଆଶ୍ରମ ନାଁରେ ଛୋଟ ପିଲାଙ୍କୁ ଯୌନ ଶୋଷଣ କରାଯାଉଥିବା ମାମଲା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଆଶ୍ରମରେ ଚଢାଉ ପରେ ଯେଉଁସବୁ ଜିନିଷ ଜବତ ହୋଇଥିଲା ତାକୁ ଯଦି ଧ୍ୟାନ ଦିଆଯାଏ ତେବେ ତାହା ବଳାକ୍ରାରୀ ବାବା ରାମ ରହିମଙ୍କ ଡେରା ସଚ୍ଚା ଭଳି ପ୍ରତୀୟ ହୋଇଛି । ତେବେ ଏହି ବାବା ଜଣକ ହେଉଛନ୍ତି ବାବା ବିରେନ୍ଦ୍ର ଦେବ ଦୀକ୍ଷିତ । ଯେତେବେଳ ପୁଲିସ୍ ବାବାଙ୍କ ଏହି ଆଶ୍ରମରେ ଚଢାଉ କରିଥିଲେ ସେତେବେଳେ ଆଶ୍ରମରୁ ଅନେକ ଇଂଜେକସନ, ଯୌନ ଉଦ୍ଦିପନ ବଟିକା ଏବଂ ଅନ୍ୟାନ୍ୟ ନିଶାଜାତ ଦ୍ରବ୍ୟ ଜବତ କରିଥିଲା ।

ସୂଚନା ମୁତାବକ, ଦିଲ୍ଲୀ ହାଇକୋର୍ଟ ଏନେଇ ଏକ ମାମଲାର ଶୁଣାଣି କରିବାକୁ ଯାଇ ପୁଲିସକୁ ଏହି ‘ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ’ରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ  ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଲ୍ଲୀ ପୁଲିସର ଏକ ଦଳ, ୪ ଜଣ ଓକିଲ ଏବଂ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତି ମାଲିବାଲଙ୍କ ସହ ଉପସ୍ଥିତିରେ  ୨୫ ବର୍ଷ ପୁରୁଣା ଏହି ଆଶ୍ରମରେ ଚଢାଉ କରିଥିଲା । ଯାଂଚ ପରେ ଆଇନଜୀବି ନନ୍ଦିତା ରାଓ ହାଇକୋର୍ଟରେ ଏକ ତଥ୍ୟ ଉପସ୍ଥାପନା କରି କହିଛନ୍ତି କି, ବିରେନ୍ଦ୍ର ବାବାଙ୍କ ଆଶ୍ରମରେ ପାଖାପାଖି ୧୦୦ରୁ ଅଧିକ ଯୁବତୀଙ୍କୁ ପଶୁଙ୍କ ଭଳି ଅକଥନୀୟ ନିର୍ଯାତନା ଦିଆଯାଉଥିଲା । ସେମାନଙ୍କ ନିକଟରେ ନା ହିଁ କୌଣସି ପ୍ରାଇଭେସି ଥିଲା ନା ହିଁ କୌଣସି ସୁବିଧା । ସେମାନଙ୍କୁ ସମସ୍ତଙ୍କୁ ବହୁତ ଛୋଟ ବକ୍ସ ଭଳି ସ୍ଥାନରେ ରଖାଯାଇଥିଲା । ଯେଉଁଠି ବିଲକୁଲ ବି ସୂର୍ଯ୍ୟାଲୋକ ପହଂଚିପାରୁନଥିଲା ଆଉ ସେଠାରୁ ବାହାରିବାର କୌଣସି ରାସ୍ତା ମଧ୍ୟ ନଥିଲା । ଯେଉଁଠାରେ ଏହି ଝିଅମାନେ ଶୋଉଥିଲେ ସେଠାରେ ମଧ୍ୟ ନଜରବନ୍ଦୀ କରାଯାଉଥିଲା ।

ଖାଲି ସେତିକି ନୁହେଁ, ଆଶ୍ରମରେ ଅନେକ ଖୋଲା ସିରିଂଜି ଏବଂ ମେଡିସିନ ମଧ୍ୟ ଜବତ କରିଥିଲା ପୁଲିସ । ତେବେ ଆଶ୍ରମରେ ବନ୍ଦୀଥିବା  ଅଧିକାଂଶ ମହିଳା ଉତ୍ତରପ୍ରଦେଶ କିମ୍ବା ଛତିଶଗଡର ବୋଲି ଜଣାପଡିଛି । ଯାଂଚ ବେଳେ ଜଣେ ମହିଳା ନିଜ ସହ ହୋଇଥିବା ଅକଥନୀୟ ନିର୍ଯ୍ୟାତନା ଲୋମହର୍ଶଣକାରୀ କାହାଣୀକୁ ବ୍ୟକ୍ତ କରିଥିଲେ । ଯୁବତୀଙ୍କ କହିବା ଅନୁସାରେ, ବାବା ତାଙ୍କୁ ନିଜର ୧୬,୦୦୦ ରାଣୀ ମଧ୍ୟରେ ଗୋଟିଏ ବୋଲି କହୁଥିଲେ ।  ଏପରିକି ବାବା ତାଙ୍କୁ ଅନେକ ଥର ଦୁଷ୍କର୍ମ ମଧ୍ୟ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ସେପଟେ, ଆଶ୍ରମରେ ବାବାଙ୍କ ନାମରେ ଅନେକ ଚିଠି ଜବତ ହୋଇଛି । ଯେଉଁଥିରେ ସେକ୍ସୁଆଲ କଂଟେଟ ରହିଛି । ସେହିପରି ସାରା ଆଶ୍ରମରେ କେଉଁଠି ବି ଧାର୍ମିକ ପୁସ୍ତକ ମିଳିନଥିଲା ବୋଲି ଚଢାଉ ବେଳେ ଉପସ୍ଥିତ ଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିବାଲ କହିଛନ୍ତି ।