ସହଜରେ ଭୁଲି ହେବ ନାହିଁ ଫୋନିର କ୍ଷତ । ଦେଖନ୍ତୁ ବାତ୍ୟା ଫୋନି ତାଣ୍ଡବର ୩୦ ଲୋମଟାଙ୍କୁରା ଦୃଶ୍ୟ, ଆପଣାଛାଏଁ ଜକେଇ ହୋଇ ଆସିବ ଆଖି ।

1,084

କନକ ବ୍ୟୁରୋ : ପ୍ରଳୟଙ୍କାରୀ ବାତ୍ୟା ଫୋନି ମାଡରେ ବଦଳିଯାଇଛି ରାଜ୍ୟର ଭୌଗଳିକ ଚିତ୍ର । ପ୍ରକୃତିର ଏଭଳି କ୍ରୁର ଆଚରଣ ଓଡିଶାକୁ କିଛି ଘଣ୍ଟା ମଧ୍ୟରେ ଛାରଖାର କରି ଦେଇଛି । ପୁଣିଥରେ ଅଣ୍ଟା ସଳଖି ଛିଡା ହେବା ଏବେ ଓଡିଶା ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଖାସକରି ପୁରୀ ଓ ଭୁବନେଶ୍ୱରରେ ଫୋନି ଏଭଳି ତାଣ୍ଡବ ରଚିଛି ଯେ, ପ୍ରାୟ ୧୦ ବର୍ଷ ପଛକୁ ଫେରି ଯାଇଛି ଏହି ସହର । କେଉଁଠି ରେଲୱେ ଷ୍ଟେସନରେ ଟ୍ରେନ ବଦଳରେ ଟ୍ରାକ୍ ଉପରେ ଭଙ୍ଗା ଆଜବେଷ୍ଟସ ଦେଖିବାକୁ ମିଳୁଛି ତ ପୁଣି କେଉଁଠି ରାସ୍ତା ଉପରେ ଗଛ ସହ ସହ ମାଟି କାମୁଡି ପଡି ରହିଛି ଦୁଇ ଓ ଚାରି ଚକିଆ ଯାନ ।

ଧ୍ୱଂସସ୍ତୁପରେ ପରିଣତ ହୋଇଛି ଏହି ଦୁଇ ସହର । ବିଦ୍ୟୁତ ଖୁଣ୍ଟ ସହ ଏକାକାର ହୋଇଯାଇଛି ବଡ ବଡ ମହାଦ୍ରୁମ । ତାସପତା ଭଳି ଭୁଷୁଡି ପଡିଛି ଛୋଟ ବଡ କଚ୍ଚା ଘର । ଚାରିଆଡେ ଖେଳିଯାଇଛି ହାହାକାର । ଯେଉଁ ରାଜଧାନୀରୁ ବସି ପୂରା ରାଜ୍ୟକୁ ମନିଟରିଂ କରାଯାଏ ଆଜି ସେହି ରାଜଧାନୀର ଛାତି ଉପରେ ଫୋନି ରଚିଛି ତାଣ୍ଡବ । ନଜର ପକାନ୍ତୁ ଫୋନି ଯିବା ପରେ ସେହି ଛାତିଥରା ୩୦ ଫଟୋ ଉପରେ । ଯାହା ପ୍ରଳୟଙ୍କାରୀ ଫୋନିର ମୁକସାକ୍ଷୀ ପାଲଟିିଛି ।

ଫୋନି ଯିବା ପରେ… । ଭଗ୍ନସ୍ତୁପରେ ପରିଣତ ହୋଇଛି ପୁରୀ ରେଲୱେ ଷ୍ଟେସନ

image courtesy : AFP

ଫୋନି ଲ୍ୟାଣ୍ଡଫଲ କରିବା ପରେ… । ରାସ୍ତା କଡରେ ଶୋଇ ରହିଛି ମୋଟରସାଇକେଲ
ବାତ୍ୟା ଫୋନିର ତାଣ୍ଡବ । ଭାଙ୍ଗିଯାଇଛି ପେଟ୍ରୋଲ ପମ୍ପ

image courtesy : PTI

ଫୋନି ଯିବା ପରେ । ପୁରୀର ଦୃଶ୍ୟ

image courtesy : PTI

ଫୋନି ପ୍ରଭାବ : ବାଦ୍ ପଡିଲାନି ବିଦ୍ୟୁତ୍ ଖୁଣ୍ଟ

image courtesy : PTI

ଫୋନି ଗଲା ଚିହ୍ନ ରହିଲା

image courtesy : PTI

ଜୀବନ ଜୀବିକାକୁ ନିଶ୍ଚିହ୍ନ କରିଛି ଫୋନି

image courtesy : PTI

ଫୋନି ପ୍ରଳୟ : ଭାଙ୍ଗି ଗଲା ବଡ ବଡ ସାଇନବୋର୍ଡ

image courtesy : AP

ଫୋନି ଯିବା ପରେ… । ରାଜରାସ୍ତାର ଅବସ୍ଥା ଏମିତି

image courtesy : PTI

ଗଛ ଓ ବିଦ୍ୟୁତ ଖୁଣ୍ଟ ସବୁ ଏକାକାର

image courtesy : PTI

ରଙ୍ଗହୀନ ହୋଇ ଯାଇଛି ପୁରୀ ସହର

image courtesy : PTI

ଫୋନିର କୋପରୁ ବର୍ତ୍ତିନି ଅଟୋ

image courtesy : PTI

ଫୋନି ଆଣିଲା ବସ୍ତି ବାସିନ୍ଦାଙ୍କ ଆଖିରେ ଲୁହ
ପବନ ବେଗ ଆଗରେ ହାର ମାନିଲା ଶହ ଶହ କଦଳୀ ଗଛ

image courtesy : AP

ଫୋନି ଯିବା ପରେ… । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ ଟିମ୍
ମାଟି କାମୁଡି ପଡିଛି ଭୁବନେଶ୍ୱର ବିମାନବନ୍ଦରର ସାଇନବୋର୍ଡ

image courtesy : PTI

ଭୁବନେଶ୍ୱର ବିମାନବନ୍ଦରରେ ଫୋନି ରଚିଛି ତାଣ୍ଡବ
ଭୁବନେଶ୍ୱରର ସବୁଜିମାକୁ ଗିଳି ଦେଇଗଲା ଫୋନି ।

image courtesy : PTI

କିଛି ଭାଙ୍ଗିଛି, କିଛି ରହିଛି ।

image courtesy : PTI

ଫୋନିର ପ୍ରକୋପ, କୂଳକୁ ମାଡି ଆସିଲା ସମୁଦ୍ର ଜୁଆର

image courtesy : PTI

ଭୁବନେଶ୍ୱର ବିମାନବନ୍ଦରର ନାଁ ଉଡାଇାନେଲା ଫୋନି
ଉଡି ଯାଇଛି ରେଲୱେ ଷ୍ଟେସନର ଆଜବେଷ୍ଟ ଛାତ
ଖାଁ ଖାଁ ଦିଶୁଛି ଭୁବନେଶ୍ୱର ରେଲୱେ ଷ୍ଟେସନ
ଭାଙ୍ଗିଲା ସିଂହଦ୍ବାର ସମ୍ମୁଖରେ ଥିବା ଜୟଙ୍କ ମୂର୍ତି
ମାଳତୀପାଟପୁର ବସ୍ ଷ୍ଟାଣ୍ଡର ଅବସ୍ଥା ଏମିତି

ଫୋନି ପ୍ରଭାବ : ଭାଙ୍ଗିଛି ଘର, ଶୋଇ ପଡିଛି ଗଛ

ନିଶବ୍ଦ ପୁରୀ ସହର

ଚାରିଆଡେ ପାଣି ମଝିରେ ଘର
ଚାରିଆଡେ ଖାଲି ପାଣି ଆଉ ପାଣି
ପାଣି ପାଇଁ ଲମ୍ବା ଲାଇନ
ପେଟ୍ରୋଲ ଟାଙ୍କିରେ ଲମ୍ବା ଲାଇନ ।

image courtesy – english.sakshi.com