ତାଇୱାନକୁ ଭୟ ଚୀନ ଭୂତାଣୁ ! ନୂଆ ଭାଇରସରେ ଆକ୍ରାନ୍ତ ୩୫ଜଣଙ୍କୁ ଚିହ୍ନଟ

130

କନକ ବ୍ୟୁରୋ : ଚୀନରେ ନୂଆ ଭାଇରସର ସଂକ୍ରମଣ ବ୍ୟାପିବାରେ ଲାଗିଛି । ‘ଜୁନୋଟିକ ଲଙ୍ଗ୍ୟା’ ନାମକ ଏହି ଭାଇରସରେ ଆକ୍ରାନ୍ତ ୩୫ଜଣଙ୍କୁ ଚିହ୍ନଟ କରାଯାଇଛି । ଚୀନର ସାନଡଙ୍ଗ ଓ ହେନାନ ପ୍ରାନ୍ତରେ ଲୋକଙ୍କ ଭିତରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିଛି । ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବଂ ଚୀନରେ ଏହି ଭୂତାଣୁ ସଂକ୍ରମଣ ବ୍ୟାପୁଥିବା କୁହାଯାଇଛି ।

ତେବେ ଏନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ନ୍ୟୁକ୍ଲିକ ଏସିଡ ପରୀକ୍ଷଣ କରାଯିବ ବୋଲଇ ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ କୁହାଯାଇଛି । ଭୂତାଣୁ ଓ ଏହାର ସଂକ୍ରମଣ ଉପରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପରୀକ୍ଷଣ କରିବ ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ । ଏହା ପଶୁଙ୍କ ଠାରୁ ମଣିଷଙ୍କୁ ବ୍ୟାପିଥାଇପାରେ । ତେବେ ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ଅଧିକ ତଥ୍ୟ ହାସଲ କରାଯାଉଥିବା ତାଇୱାନ ସିଡିସି ପକ୍ଷରୁ କୁହାଯାଇଛି ।

ଚୀନରେ ବ୍ୟାପୁଛି ‘ଜୁନୋଟିକ ଲଙ୍ଗ୍ୟା’ ଭୂତାଣୁ

– ଚୀନରେ ‘ଜୁନୋଟିକ ଲଙ୍ଗ୍ୟା’ ଭୂତାଣୁ ସଂକ୍ରମଣ
– ୩୫ଜଣ ସଂକ୍ରମିତ ହୋଇଥିବା ସୂଚନା
– ଆକ୍ରାନ୍ତ ୩୫ଜଣ କେହି କାହା ସଂସ୍ପର୍ଶରେ ଆସିନାହାନ୍ତି
– ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ଆକ୍ରାନ୍ତ ହୋଇନାହାନ୍ତି
– ଆକ୍ରାନ୍ତଙ୍କୁ ଜ୍ୱର, କାଶ, ମୁଣ୍ଡବିନ୍ଧା, କ୍ଲାନ୍ତି ଅନୁଭବ କରିବା, ଭୋକ ନହେବା ଲକ୍ଷଣ
– ସାନଡଙ୍ଗ ଓ ହେନାନ ପ୍ରାନ୍ତର ଲୋକେ ହୋଇଛନ୍ତି ଆକ୍ରାନ୍ତ
– ତାଇୱାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ସୂଚନା
– ପଶୁଙ୍କ ଠାରୁ ବ୍ୟାପିଥିବାର ଆଶଙ୍କା
– ମଣିଷ ଦେହରୁ ମଣିଷ ଦେହକୁ ବ୍ୟାପିବା ନେଇ ମିଳିନି ସୂଚନା
– ସଂକ୍ରମଣ ନେଇ ଅଧିକ ତଥ୍ୟ ହାସଲ କରୁଛି ତାଇୱାନ ସିଡିସି
– ଗୃହପାଳିତ ପଶୁଙ୍କ ଉପରେ କରାଯାଇଛି ସେରୋଲଜିକାଲ ସର୍ଭେ
– ସର୍ଭେ ରିପୋର୍ଟ ଅନୁସାରେ ୨% ଛେଳି ଓ ୫% କୁକୁର ପଜିଟିଭ ଚିହ୍ନଟ

ଆମେରିକା ସଂସଦ ସ୍ପିକର ନେନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚିହିଁକି ଉଠିଛି ଚୀନ୍ । ତାଇୱାନକୁ ନିଜର ଅଂଚଳ ବୋଲି ଦାବି କରି ଆସୁଥିବା ବେଜିଂ ତାଇୱାନକୁ କବଜା କରିବାକୁ ସବୁ ପ୍ରକାର କୌଶଳ ଆପଣାଇଛି । ତାଇୱାନ ତଟବର୍ତ୍ତୀ ଅଞ୍ଚଳରେ ଯୁଦ୍ଧାଭ୍ୟାସ କରିଛି ଚୀନ୍ । ତାଇୱାନ ଠାରୁ ମାତ୍ର ୯ ନଟିକଲ ମାଇଲ ଦୂରରେ ସମରାଭ୍ୟାସ କରିଛି ପିପୁଲ୍ସ ଲିବରେସନ ଆର୍ମି । ସମରାଭ୍ୟାସରେ ସାମିଲ ହୋଇଥିଲା ବୁଡାଜାହାଜ, ଯୁଦ୍ଧ ବିମାନ ଓ ମିଜାଇଲ ମୁତୟନ କରିଛି । ତାଇୱାନ ପୂର୍ବ–ତଟବର୍ତ୍ତୀ ଅଞ୍ଚଳରେ ଲଙ୍ଗ ରେଞ୍ଜ ମିଜାଇଲ ଉତକ୍ଷେପଣ ବି କରିଥିଲା ପିପୁଲ୍ସ ଲିବରେସନ୍ ଆର୍ମି ।

ତାଇୱାନର ୬ଟି ଦ୍ୱୀପରେ ଗୋଳା ବାରୁଦ ଚଳାଇ କରିଥିଲା ଯୁଦ୍ଧାଭ୍ୟାସ । ଏପରିକି ଦୂର ଲକ୍ଷ୍ୟଭେଦି କ୍ଷେପଣାସ୍ତ୍ର ଚଳାଇ ତାଇୱାନକୁ ନାଲି ଆଖି ଦେଖାଇବାକୁ ପଛାଇନାହିଁ ପିଏଲଏ । ଏହି ଯୁଦ୍ଧାଭ୍ୟାସ ଦ୍ୱାରା ଚୀନ ନିଜ ଶକ୍ତି ପ୍ରଦର୍ଶନ କରିଛି । ଏବେ ଚୀନ୍, ଭୂତାଣୁ ସାହାଯ୍ୟରେ ତାଇୱାନକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ‘ଜୁନୋଟିକ ଲଙ୍ଗ୍ୟା’ ଭୂତାଣୁ ଦ୍ୱାରା ତାଇୱାନ ଉପରେ ଆକ୍ରମଣ କରି ତାଇୱାନକୁ ନିଜ କବଜାକୁ ନେବାକୁ ପ୍ରୟାସ କରୁଛି ଚୀନ୍ । ଏପରି ଦାବି କରୁଛି ତାଇୱାନ । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତାଇୱାନକୁ ହାତରେ ନମାରି ଭାତରେ ମାରିବାକୁ ଚେଷ୍ଟା ଚଳାଇଛି ବେଜିଂ । ବିସ୍ତାରବାଦୀ ନୀତି ପାଇଁ ଚୀନ୍ ଏଭଳି କରୁଆସୁଥିବା ତାଇୱାନ କହିଛି ।

ଭୂତାଣୁକୁ ଅସ୍ତ୍ର କରୁଛି ଚୀନ୍ !

– ଆମେରିକା ସଂସଦ ସ୍ପିକର ନେନ୍ସି ପେଲୋସିଙ୍କ ଗସ୍ତ ପରେ ଚିହିଁକି ଉଠିଛି ଚୀନ୍
– ତାଇୱାନକୁ ଘେରି ସମରାଭ୍ୟାସ କରିଥିଲା ଚୀନ୍
– ତାଇୱାନକୁ କବଜା କରିବାକୁ ଚୀନ୍ କରୁଛି ଚକ୍ରାନ୍ତ
– ଏବେ ଭୂତାଣୁକୁ ଅସ୍ତ୍ର କରିବାକୁ ଯୋଜନା କରୁଛି ଚୀନ୍
– ଭୂତାଣୁ ଆକ୍ରମଣ କରିବାକୁ ଯୋଜନା କରୁଛି ବେଜିଂ
– ଭୂତାଣୁ ଦ୍ୱାରା ଆକ୍ରମଣ କରିବାକୁ ଚୀନ୍ ଯୋଜନା କରୁଥିବା ତାଇୱାନର ଦାବି
– ତାଇୱାନକୁ ନିଜର ବୋଲି ଦାବି କରୁଛି ଚୀନ
– ତାଇୱାନ ଏହାକୁ ଗ୍ରହଣ କରୁନାହିଁ, ନିଜକୁ ସ୍ୱତନ୍ତ୍ର ବୋଲି ମାନୁଛି
– ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଦୁଇଦେଶ ମଧ୍ୟରେ ଲାଗିଛି ଉତ୍ତେଜନା
– ତାଇୱାନରେ ନିଜର ସମ୍ବିଧାନ ଓ ସରକାର ରହିଛି
– ଦକ୍ଷିଣ-ପୂର୍ବ ଚୀନ ଉପକୂଳରୁ ଶହେ ମାଇଲ ଦୂରରେ ଥିବା ଏକ ଦ୍ୱୀପ ହେଉଛି ତାଇୱାନ
– ଚୀନ-ତାଇୱାନ କେହି କାହାକୁ ମାନ୍ୟତା ଦେଇନାହାନ୍ତି
– ବିଶ୍ୱର କେବଳ ୧୩ଟି ଦେଶ ତାଇୱାନକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛନ୍ତି

୨୦୧୯ ଶେଷ ଆଡକୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ । ଚୀନ୍ ଉହାନର ଏକ ଲ୍ୟାବରୁ ବ୍ୟାପିଥିଲା କରୋନା ଭୂତାଣୁ ସଂକ୍ରମଣ । ଚୀନରୁ ସଂକ୍ରମଣ ଆରମ୍ଭ ହୋଇ ଏହା ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିବାରେ ଲାଗିଥିଲା । ୨୦୧୯ରୁ ଆରମ୍ଭ ହୋଇଥିବା ଏହି କରୋନା ଭୂତାଣୁ ସଂକ୍ରମଣ ଏବେ ପର୍ଯ୍ୟନ୍ତ ସାରା ବିଶ୍ୱରେ ଲାଗିରହିଛି । କରୋନା ମହାମାରୀର ପ୍ରଳୟ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଚୀନରେ ପ୍ରଥମକରି ଦେଖା ଦେଇଥିବା ଏହି ମାରାତ୍ମକ ଭୂତାଣୁ ଉହାନ ଲ୍ୟାବରେ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା ।

– ଚୀନରୁ ବ୍ୟାପିଥିଲା କରୋନା ଭୂତାଣୁ
– ଉହାନର ଏକ ଲ୍ୟାବରୁ ବ୍ୟାପିଥିବା ନେଇ ହୋଇଥିଲା ଅଭିଯୋଗ
– ଉହାନକୁ କରୋନାର ଉତ୍ପତିସ୍ଥଳ ବୋଲି କୁହାଯାଏ
– ୨୦୧୯ ଶେଷ ଆଡକୁ ଉହାନରୁ ବ୍ୟାପିଥିଲା କରୋନା ସଂକ୍ରମଣ
– ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ବ୍ୟାପିଥିଲା ସଂକ୍ରମଣ
– ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା
– ଚୀନରୁ ଭୂତାଣୁ ବ୍ୟାପିଥିବା ନେଇ ହୋଇଥିଲା ଅଭିଯୋଗ
– ଅଭିଯୋଗ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉହାନ ଯାଇ ତଦନ୍ତ କରିଥିଲା