ପୋଲ ଉପରୁ କାଠଯୋଡିକୁ ଡେଇଁ ଯୁବକ ନିଖୋଜ ! ଆଜି ଯାଏଁ ମିଳିନାହିଁ ପତ୍ତା, ଚାଲିବ ସର୍ଚ୍ଚ ଅପରେସନ

385

କନକ ବ୍ୟୁରୋ : ନଦୀକୁ ଡେଇଁଲେ ଆଉ ଜଣେ ଯୁବକ । ତ୍ରିଶୁଳିଆ ନିକଟରେ  କାଠଯୋଡି ନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି । ସୁବାସ ବୋଷ ସେତୁ ଉପରେ ଯୁବକ ଜଣଙ୍କ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖିଥିଲେ । ପରେ ନଦୀକୁ ଡେଇଁ ପଡିଥିଲେ । ଏହି ଯୁବକଙ୍କ ପରିଚୟ ମିଳିଛି ।

ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଗାଡକଣର ଦେବବ୍ରତ ମାଝୀ । ତାଙ୍କ ବୟସ ୩୫ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ ଦମକଳ ବାହିନୀ ପଂହଚି ଖୋଜାଖୋଜି କରିଥିଲେ ବି ଯୁବକଙ୍କ ପତ୍ତା ମିଳିନାହିଁ । ଆଜି ପୁଣି ଖୋଜାଖୋଜି ଆରମ୍ଭ କରାଯିବ ବୋଲି ଜଣାପଡିଛି ।  କିଛିଦିନ ତଳେ କାଠଯୋଡିକୁ ଡେଇଁ ଦେବବ୍ରତ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ପରେ ନିଆଳି ନିକଟ ରହମ୍ବାରୁ ତାଙ୍କ ମୃତଦେହ ମିଳିଥିଲା ।