ଏଣିକି ଗୁଗଲ ମ୍ୟାପରେ ଉପଲବ୍ଧ ହେବ ଆରଟିଓ ସମ୍ପର୍କିତ ଟିକିନିକି ତଥ୍ୟ : ଗାଡି ଚାଳକଙ୍କ ସୁବିଧା ପାଇଁ ଚିଠି ଲେଖିଲେ ପରିବହନ କମିଶନର

673

କନକ ବ୍ୟୁରୋ : ଏଣିକି ଆରଟିଓ ବାବଦରେ ଟିକିନିକି ତଥ୍ୟ ଗୁଗଲରୁ ପାଇପାରିବେ ଗାଡି ଚାଳକ । ସମସ୍ତ ଆରଟିଓ ଅଫିସ, ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରର ଠିକଣାକୁ ଗୁଗଲ ମ୍ୟାପରେ ସ୍ଥାନିତ କରିବାକୁ ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଗାଡି ଚାଳକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ସମସ୍ତ ଆରଟିଓ ଅଫିସର ଫଟୋ, ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର ଫଟୋ ଗୁଗୁଲ ମ୍ୟାପରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ଲର୍ଣ୍ଣିଂ ଓ ଲାଇସେନ୍ସ ପାଇଁ ଆବେଦନ କରିଥିବା ଗାଡି ଚାଳକଙ୍କୁ ଗୁଗଲ ଲୋକେସନର ଲିଙ୍କ୍ ପଠାଇବାକୁ ମଧ୍ୟ କୁହାଯାଇଛି ।  ଯାହାଫଳରେ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପ୍ ସାହାଯ୍ୟରେ ବେଶ ସହଜରେ ଆରଟିଓ ଅଫିସ ଓ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ପହଞ୍ଚିପାରିବେ ।