ବନ୍ଧା ହେଲେ ଫେସବୁକ୍ ରୋମିଓ: ଫେସବୁକରେ ଯୁବତୀଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରୁଥିବା ଯୁବକଙ୍କୁ ଗିରଫ କଲା ପୁଲିସ୍

ଫୋନ ଟ୍ରାକ କରି ଅଭିଯୁକ୍ତ ପାଖରେ ପହଂଚିଲା ପୁଲିସ

399

କନକ ବ୍ୟୁରୋ: ଫେସବୁକରେ ଫେକ ଆକାଉଂଟ କରି ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ରାଉରକେଲା ସାଇବର କ୍ରାଇମ ପୁଲିସ । ଗିରଫ ଯୁବକ ଜଣକ ହେଉଛନ୍ତି କିଞ୍ଜିରିକେଲା ଅନ୍ତର୍ଗତ ଖମାରିମୁଣ୍ଡା ଗ୍ରାମର ପ୍ରଦୀପ ତିର୍କୀ। ସେ ଗୋଆରେ ଗୋଟାଏ ମହମବତି କାରଖାନାରେ କାମ କରନ୍ତି। ରାଉରକେଲାର ଜଣେ ଯୁବତୀଙ୍କ ସହ ତାଙ୍କର ଫେସ୍ବୁକରେ ବନ୍ଧୁତା ହୋଇଥିଲା।

କିଛି ଦିନ ପରେ ପ୍ରଦୀପ ସେ ଯୁବତୀଙ୍କ ଫଟୋକୁ ଅଶୋଭନୀୟ କରି ତାଙ୍କ ଆଇଡିକୁ ପୋଷ୍ଟ୍ କରୁଥିଲେ। ଅକ୍ଟୋବର ୪ ତାରିଖ ଦିନ ପୋଷ୍ଟ୍ କରିଥିବା ଏକ ଅରୁଚିକର ଫଟୋ ଦେଖି ଯୁବତୀ ଜଣକ ବିବ୍ରତ ହୋଇ ତିର୍କୀଙ୍କୁ କହିଲେ କି, ସେ ତାଙ୍କର ଆଇଡି ବ୍ଲକ୍ କରିଦେବେ। ତିର୍କୀ ପାଲଟା ଧମକ ଦେଇ କହିଲେ ଯେ ତେବେ ସେ ସୋସିଆଲ୍ ମିଡିଆରେ ତାଙ୍କର ଏହି ସବୁ ଫଟୋ ଅପ୍ଲୋଡ୍ କରିଦେବେ।ଶେଷରେ ଉକ୍ତ ଯୁବତୀ ଅକ୍ଟୋବର ୫ ତାରିଖରେ କିଞ୍ଜିରିକେଲା ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ରାତିରେ ପୁଲିସ ଯୁବକଙ୍କୁ ତାଙ୍କ ଖମାରିମୁଣ୍ଡା ଗାଁ ଘରୁ ଉଠାଇ ନେଇଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି । ତେବେ ପ୍ରଦୀପକୁ ଆଇପିସିର ଧାରା ୩୫୪,୪୬୫, ୪୬୯, ୫୦୦ ଓ ୬୬(ଗ), ୬୭ ଆଇଟି ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି।

ଉଲ୍ଲେଖ ଥାଉ କି, ରାଉକେଲା ବେଦବ୍ୟାସ ଅଂଚଳର ସଂପକ୍ତ ଯୁବତୀମାନଙ୍କୁ କିଭଳି ଅଭିଯୁକ୍ତ ପ୍ରଦୀପ ବ୍ଲାକମେଲିଂ କରିଆସୁଥିଲା ଏବଂ ଫେସବୁକରେ ନଗ୍ନ ଫଟୋ ପଠେଇବାକୁ ଧମକ ଦେଉଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ । ତେବେ ଜଣେ କି ଦୁଇ ଜଣ ନୁହେଁ, ବହୁ କଲେଜ ପଢୁଆ ଝିଅ ଏବଂ ଯୁବତୀଙ୍କ ଫଟୋକୁ ଅତି ବିକୃତ କରି ଫେସବୁକରେ ଅପଲୋଡ କରୁଥିଲା ଅଭିଯୁକ୍ତ । ଅଭିଯୋଗ ଦାଖଲ କରିବାର ମାସ ଭିତରେ ଅ୍ଭିଯୁକ୍ତ ଧରା ପଡିଥିବାରୁ ସେମାନେ ସନ୍ତୋଷ ପ୍ରକଟ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।