ପୋଲିସ ନଜରରେ ଦୁର୍ଘଟଣା, ପରିବାର ନଜରରେ ଦୁଷ୍କର୍ମ ସହ ହତ୍ୟା । ଦିଲ୍ଲୀରେ କାରରେ ଘୋଷାଡି ହୋଇ ଯୁବତୀଙ୍କ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତ ଗିରଫ ।

249

କନକ ବ୍ୟୁରୋ : ଲୋମହର୍ଷଣକାରୀ ଘଟଣାକୁ ନେଇ ନୂଆବର୍ଷରେ ଥରି ଉଠିଛି ରାଜଧାନୀ ଦିଲ୍ଲୀ । ପ୍ରଥମେ କାର ସହ ଜଣେ ଯୁବତୀଙ୍କ ସ୍କୁଟି ଧକ୍କା ହୁଏ । ପରେ କାର ଚାଳକ ଗାଡିକୁ ଅଟାକାଇବା ବଦଳରେ ଯୁବତୀଙ୍କୁ ପ୍ରାୟ ୧୨ କିଲୋମିଟର ଯାଏଁ ଘୋଷାଡି ଘୋଷାଡି ନେବା ପରି ଭୟଙ୍କର ଘଟଣା ବଖାଣିଛି ସିସିଟିଭି । ମାମଲାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରିଛି ଦିଲ୍ଲୀ ପୁଲିସ । ସେପଟେ ଆସନ୍ତାକାଲି ଘଟଣାସ୍ଥଳକୁ ଅଭିଯୁକ୍ତଙ୍କୁ ନେଇ ପୁଲିସ କରିବ କ୍ରାଇମ ସିନ ରିକ୍ରିଏସନ । ପୁଲିସ ଯଦିଓ କହୁଛି ଏହା କେବଳ ଏକ ଦୁର୍ଘଟଣା କିନ୍ତୁ ମୃତ ଯୁବତୀଙ୍କ ପରିବାର ଦାବି କରୁଛନ୍ତି କି ଏହା ଥିଲା ଦୁଷ୍କର୍ମ ସହ ହତ୍ୟା ।

ସ୍ଥାନ ରାଜଧାନୀ ଦିଲ୍ଲୀର ରୋହିଣୀ ନିକଟସ୍ଥ ସୁଲତାନପୁରର । ୨୦୨୨ ଡିସେମ୍ବର ବିଦାୟ ନେଉଥିଲା, ଆସୁଥିଲା ନୂଆ ବର୍ଷ । ସେହି ସମୟରେ ରାଜଧାନୀ ମାଟିରେ ଏଭଳି କିଛି ଘଟଣା ଘଟିଥିଲା ଯାହାର ଲୋମହର୍ଷଣକାରୀ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି । ଆପଣ ଟିଭି ସ୍କ୍ରିନରେ ଦେଖି ପାରୁଥିବେ ଅଧରାତିରେ ଜଣେ ଯୁବତୀଙ୍କୁ ଗୋଟିଏ କାର କିଭଳି ଦୀର୍ଘ ସମୟ ଧରି ଘୋଷାଡି ଘୋଷାଡି ନେଉଛି । ହଠାତ ଦେଖିଲେ ହୁଏତ ଆପଣ ବି ଦ୍ୱନ୍ଦରେ ପଡିଯିବେ ଏହା କଣ ଘଟୁଛି?କାହିଁକି ଘଟୁଛି?ଯୁବତୀଙ୍କୁ କଣ ପାଇଁ କାର ଚାଳକ ଏଭଳି ଘୋଷାଡି ଘୋଷାଡି ନେଉଛନ୍ତି । ଏହି ସବୁ ପ୍ରଶ୍ନର ଉତର ଦେବା ପୂର୍ବରୁ ଆମେ ଆପଣଙ୍କୁ ଗୋଟେ କଥା କହି ରଖୁଛୁ ଘଟଣାରେ ୨୦ବଷ ବୟସ୍କା ଯୁବତୀଙ୍କ ମୃତ୍ୟୁ ହୋଇସାରିଛି । ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବତୀଙ୍କ ସ୍କୁଟି ସହ କାରର ଧକ୍କା ହୋଇଥିଲା । କାର ଚକା ବମ୍ପର ଭିତରେ ଯୁବତୀଙ୍କ ଶରୀର ଫଶି ରହିଥିଲା । କାରରେ ଥିବା ୫ଜଣ ଅଭିଯୁକ୍ତ କାରକୁ ଅଟକାଇବା ବଦଳରେ ଏହାକୁ ୧୨ କିଲୋମିଟର ଯାଏଁ କାରରେ ଘୋଷାଡି ଘୋଷାଡି ନେଇଥିଲେ । କୌଣସି ଏକ ମୋଡରେ ମୃତ ଯୁବତୀଙ୍କ ଶରୀର କାରରୁ ବାହାରି ରାସ୍ତାରେ ପଡି ରହିଥିଲ।।ଯାହାକୁ ଉଦ୍ଧାର କରିଥିଲା ପୁଲିସ ।

ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି କୋର୍ଟରେ ହାଜର କରାଯାଇଛି । ୩ ଦିନ ରିମାଣ୍ଡରେ ନିଆଯାଇ ଜେରା କରାଯିବ । କାଲି ଘଟଣାସ୍ଥଳକୁ ନିଆ ଯାଇ ସିନ ରିକ୍ରିଏସନ କରାଯିବ । ସେପଟେ ଘରର ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁରେ ପୂରା ପରିଜନ ସ୍ତବ୍ଧ ହୋଇପଡିଛି । ସେପଟେ ଦିଲ୍ଲୀ ପୁଲିସ ନାଁରେ ସଂଗୀନ ଅଭିଯୋଗ ଆଣିଛି ପରିବାର । ପୁଲିସ ମିଛ କଥା କହିବା ସହ ଘଟଣାକୁ ଚପାଉଥିବା ଅଭିଯୋଗ କରିଛନ୍ତି ପରିଜନ । ଝିଅକୁ ଦୁର୍ଷ୍କମ କରାଯିବ ସହ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରିଛି ଆମ ଆଦମୀ ପାର୍ଟି । ଉପରାଜ୍ୟପାଳଙ୍କ ବାସଭବନ ଓ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରରେ ଶତାଧିକ ଆପ୍ କର୍ମୀ ପହଁଚି ଜୋରଦାର ପ୍ରତିବାଦ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଟେ ପଟେ ଦିଲ୍ଲୀ ପୁଲିସ ଏହାକୁ କେବଳ ଏକ ଦୁର୍ଘଟଣା କହୁଛି ସେପଟେ ପରିବାର ଲୋକ ଏହାକୁ ଦୁର୍ଷ୍କମ ଓ ହତ୍ୟା ଘଟଣା କହି ନ୍ୟାୟ ଦାବି କରୁଛନ୍ତି ।