ବର୍ଷର ପ୍ରଥମ କାରବାର ଦିନରେ ଚମକିଲା ସେୟାର ମାର୍କେଟ: ସେନସେକ୍ସ ୩୬୯ ପଏଂଟ ବୃଦ୍ଧି ପାଇ ୬୧,୨୦୯. ୫୮ରେ ହେଲା ବନ୍ଦ

82

କନକ ବ୍ୟୁରୋ: ନୂଆବର୍ଷର ପ୍ରଥମ ଦିନରେ ସେୟାର ବଜାରରେ ଦେଖିବାକୁ ମିଳିଛି ଉତ୍ସାହ । ସୋମବାର ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୩୬୮.୮୪ ପଂଏଟ ବୃଦ୍ଧି ପାଇ ୬୧,୨୦୯.୫୮ରେ ବନ୍ଦ ହୋଇଛି । ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଂଜର ନିପ୍ଟି ୧୦୧.୬୦ ଅଙ୍କ ବୃଦ୍ଧି ପାଇ ୧୮,୨୦୬.୯୦ ବୃଦ୍ଧି ପାଇ ୪୩,୨୬୮.୪୦ରେ ବନ୍ଦ ହୋଇଛି । କାରବାର ଶେଷ ସୁଦ୍ଧା ବୃଦ୍ଧି ପାଇଥିବା ସେୟାର ଗୁଡିକ ମଧ୍ୟରେ ରହିଛନ୍ତି ସେଲ, ଟାଟା ଷ୍ଟିଲ, ହିଣ୍ଡାଲୋକୋ, ମୁଥୁଟ ଫାଇନାନ୍ସ, ବନ୍ଧନ ବ୍ୟାଙ୍କ, ଓଏନଜିସି । ହ୍ରାସ ପାଇଥିବା ସେୟାର ମଧ୍ୟରେ ରହିଛନ୍ତି ବଜାଜ ହୋଲଡିଂଗସ, ଆଦାନୀ ଟ୍ରାନସମିସନ, ଏସିଆନ ପେଂଟସ, ଟାଇଟନ, ବଜାଜ ଅଟୋ ପରି କମ୍ପାନୀ ।