‘ମୁଖ୍ୟମନ୍ତ୍ରୀ ମହୋଦୟ! ନା ପୁରସ୍କାର ମିଳିଲା, ନା କିଛି ସହାୟତା…’ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ ବର୍ଷିଲେ କୁସ୍ତି ଖେଳାଳି ଦିବ୍ୟା କାକରାନ୍
କନକ ବ୍ୟୁରୋ: ଦେଶକୁ ମେଡାଲ ଭେଟି ଦେବାକୁ ନେତା ମନ୍ତ୍ରୀ ବଡ ବଡ କଥା କୁହନ୍ତି । ଖେଳାଳିଙ୍କୁ ଦେଶର ଗର୍ବ ଗୌରବ ବୋଲି କହିବା ସହ ତାଙ୍କୁ ସମ୍ମାନୀତ କରନ୍ତି । ହେଲେ ଯେତେବେଳେ ତାଙ୍କୁ ସାହାଯ୍ୟ ଆବଶ୍ୟକ ସେହି ସମୟରେ ସେମାନଙ୍କ ଆଡକୁ ଚାହାଁନ୍ତି ବି ନାହିଁ, ଦେଖାଦର୍ଶନ ବି ଦିଅନ୍ତି ନାହିଁ । ଏପରି କିଛି ଦୁଃଖକୁ ସହିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶକୁ ପଦକ ଭେଟି ଦେଇଥିବା କୁସ୍ତି ଖୋଳାଳି ଦିବ୍ୟା କକରାନ୍ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦକ ଜିତିବା ପରେ ଯେତେବେଳେ ସମ୍ମାନୀତ କରିବାକୁ ଖୋଳାଳି ମାନଙ୍କୁ ଏକ ସମାରୋହକୁ ମୁଖ୍ୟମନ୍ତ୍ରୀ ଡାକିଲେ, ସେହି ସମାରୋହରେ କେଜ୍ରିୱାଲଙ୍କୁ ନିଜ ମନରେ ଥିବା ସବୁ ରାଗ ମିଶା କ୍ଷୋଭକୁ ପ୍ରକାଶ କରିଦେଇଥିଲେ ଦିବ୍ୟା ।ସମାରୋହରେ ଅନ୍ୟ ଖୋଳାଳି ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦିବ୍ୟା କହିଲେ ‘ ସାର୍ ଗରିବ ପିଲାଙ୍କ ପାଇଁ ତ କିଛି ଚିନ୍ତା କରନ୍ତୁ । ଆଜି ଯିଏ ମେଡାଲ ଜିତିଛନ୍ତି ସେମାନଙ୍କୁ ଡାକିଛନ୍ତି ,ସମ୍ମାନୀତ କରୁଛନ୍ତି, କିନ୍ତୁ ଯେଉଁ ସମୟରେ ଖେଳାଳିଙ୍କୁ ସବୁଠାରୁ ଅଧିକ ସାହାଯ୍ୟର ଆବଶ୍ୟକତା ଥାଏ ଆମର ସହାୟତା କେହି ବି କରିନାହାଁନ୍ତି । ନା ମୋତେ କିଛି ସମ୍ମାନ ମିଳିଛି ନା କିଛି ସହାୟତା ତଥାପି ମୁଁ ଦେଶକୁ ପଦକ ଦେଇଛି, ମୋ କୋଚ୍ ମୁଁ ବ୍ରୋଞ୍ଚ ଜିତିବାକୁ ନେଇ ଖୁସି ନାହାଁନ୍ତି କିନ୍ତୁ ମୋତେ ଯଦି ସରକାରୀ ସହାୟତା ମିଳିଥାନ୍ତା ତାହାଲେ ମୁଁ ନିଶ୍ଚିୟ ସ୍ୱର୍ଣ୍ଣ ଜିତିଥାନ୍ତି’ ବୋଲି ଦୃଢତାର ସହ କେଜ୍ରିୱାଲଙ୍କୁ କହିଛନ୍ତି ଦିବ୍ୟା କାକରାନ୍ । ଦିବ୍ୟା ଏହି କ୍ଷୋଭକୁ ଟ୍ୱିଟ୍ ମଧ୍ୟ କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟେ ଏହାର ଉତ୍ତରରେ ଆପ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ଦିଲ୍ଲୀ ସରକାର ସବୁ ଖେଳାଳିଙ୍କୁ ସମ୍ମାନ ଦିଅନ୍ତି । ସେମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭ କାମନା ମଧ୍ୟ କରୁଛନ୍ତି । କିନ୍ତୁ ଦିବ୍ୟା କାକରାନ୍ ଦିଲ୍ଲୀରେ ରହୁଥିଲେ ବି ଉତ୍ତରପ୍ରଦେଶ ପକ୍ଷରୁ ଖେଳୁଛନ୍ତି । ଯଦି ସେ ଦିଲ୍ଲୀରୁ ଖେଳିଥାନ୍ତେ କିମ୍ବା କୌଣସି ସ୍ପୋର୍ଟ୍ସ ସ୍କିମ ଅନ୍ତର୍ଗତ ହୋଇଥାନ୍ତେ ତାଙ୍କୁ ସହାୟତା ନିଶ୍ଚୟ ମିଳିଥାନ୍ତା ବୋଲି ଆପ୍ ସରକାରଙ୍କ ପକ୍ଷରୁ କୁହାଯାଇଛି ।