ନୂଆ ରାଷ୍ଟ୍ରପତିଙ୍କୁ ବିଶ୍ୱନେତାଙ୍କ ଶୁଭେଚ୍ଛା : କହିଲେ, ଦ୍ରୌପଦୀ ମୁର୍ମୁଙ୍କ ସହ କାମ କରିବାକୁ ପ୍ରସ୍ତୁତ

315

କନକ ବ୍ୟୁରୋ : ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଶ୍ୱ ନେତାଙ୍କ ଶୁଭେଚ୍ଛା । ଚୀନ୍, ରୁଷ, ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ ତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଶୁଭେଚ୍ଛା ବାର୍ତ୍ତା ଦେଇ ଜିନପିଙ୍ଗ କହିଛନ୍ତି, ଚୀନ୍ ଓ ଭାରତ ପରସ୍ପରର ଗୁରୁତ୍ୱପୂର୍ଣ୍ଣ ପଡୋଶୀ ।

ଭାରତ-ଚୀନ୍ ସମ୍ପର୍କକୁ ମଧ୍ୟ ସେ ଗୁରୁତ୍ୱ ଦିଅନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ସହ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗ ବୃଦ୍ଧି ଦିଗରେ ମୁର୍ମୁ କାମ କରିବେ ବୋଲି ପୁଟିନ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ରାନିତ ବିକ୍ରମସିଂଘେ ମଧ୍ୟ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ନୂଆ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।