ଆଜି ବିଶ୍ୱ ହୃଦୟ ଦିବସ : ପ୍ରତିବର୍ଷ ହୃଦଘାତରେ ଯାଉଛି ୧ କୋଟି ୭୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ; ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ବିପଦ

210

କନକ ବ୍ୟୁରୋ : ଆଜି ବିଶ୍ୱ ହୃଦୟ ଦିବସ ବା ୱାଲର୍ଡ ହାଟ୍ ଡେ । ପିଲାବେଳୁ ଆମେ ପଢିଆସିଛେ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ଅର୍ଥାତ୍ ଜଣେ ବ୍ୟକ୍ତ ନିଜ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ଠିକ ରଖିବା ଦରକାର । ହେଲେ ଆଜିର ଦିନରେ ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣେ ବ୍ୟକ୍ତି କିମ୍ବା ସମ୍ପୂର୍ଣ୍ଣ ସକ୍ରିୟ ଥିବା ବ୍ୟକ୍ତି ଅବା ସୁନ୍ଦର ସ୍ୱାସ୍ଥ୍ୟ ରଖୁଥିବା ଜଣେ ବ୍ୟକ୍ତି ବି ସଙ୍କଟ ଅବା ବିପଦ ମଧ୍ୟ ଦେଇ ଗତି କରୁଛି ।

ହୃଦଘାତ ଆମ ସମସ୍ତଙ୍କ ପାଇଁ ଅଧିକରୁ ଅଧିକ ଚିନ୍ତାର କାରଣ ପାଲଟିଛି । ତ୍ରୁଟିପୂର୍ଣ୍ଣ ଜୀବନ ଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ, କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନରେ ଅବସାଦ ଏବେ ହୃଦଘାତ ଆଶଙ୍କାକୁ ବଢାଇ ଦେଇଛି । ପ୍ରତିବର୍ଷ ବିଶ୍ୱ ହୃଦ୍ ଦିବସ ପାଳିତ ହେଉଛି ଓ ବିଭିନ୍ନ ଥିମରେ ଏହି ଦିବସ ପାଳିତ ହେଉଛି । କିନ୍ତୁ ଦୈନ୍ୟନ୍ଦିନ ମଣିଷ ଯେପରି କାମ କରୁଛି, ସେଥିପାଇଁ ସେ ତାର ସ୍ୱାସ୍ଥ୍ୟପ୍ରତି ଠିକ୍ ସେ ଧ୍ୟାନ ଦେଇପାରୁନି ।

ସମୟ ଥିଲା, ପୁରୁଷଙ୍କ କ୍ଷେତ୍ରରେ ହୃଦରୋଗୀ ଅଧିକ ଦେଖାଯାଉଥିଲା । କିନ୍ତୁ ଏବେ ବିଶେଷଜ୍ଞଙ୍କ ମତରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ୧୫ ପ୍ରତିଶତ ଅଧିକ ରହିଛି ହୃଦରୋଗ ଆଶଙ୍କା । ବିଶେଷ କରି ଭାରତୀୟଙ୍କ କ୍ଷେତ୍ରରେ ଏପରି ଦେଖିବାକୁ ମିଳିଛି । ବିଶ୍ୱରେ ପ୍ରତିବର୍ଷ ୧ କୋଟି ୮୦ ଲକ୍ଷ ଲୋକଙ୍କ ଜୀବନ ହୃଦରୋଗରେ ଯାଉଛି ।

ମାନସିକ ଚାପ ଯୋଗୁଁ ହୃଦରୋଗୀଙ୍କ ସଂଖ୍ୟା ବଢୁଛି । ମାନସିକ ଚାପ ସାଇଲେଣ୍ଟ କିଲର ଭାବେ କାମ କରୁଛି ।

– ମାନସିକ ଚାପ ରକ୍ତ ଚାପ ବଢାଇବା ସହ ମଣିଷକୁ ମାନସିକ ସ୍ଥିତିରେ ଦୁର୍ବଳ କରୁଛି
– ୬୦ ପ୍ରତିଶତ ହୃଦରୋଗ ମାନସିକ ଚାପ ପାଇଁ ହେଉଛି
– ଯୁବପିଢି ଅଧିକ ମାନସିକ ଚାପରେ ରହୁଛନ୍ତି
– ୩୦ରୁ ୪୦ ବର୍ଷ ବୟସର ବ୍ୟକ୍ତି ହୃଦଘାତର ହେଉଛନ୍ତି ଶିକାର
– ଯୁବବର୍ଗ ଅବସାଦରେ ରହୁଥିଲେ ନିୟମିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
– ମାନସିକ ଚାପ ଯୋଗୁ ଶରୀରରେ କଲେଷ୍ଟୋରଲ ବୃଦ୍ଧି ପାଉଛି
– କାମରୁ ବିରତି ନେଇ ମଝିରେ ମଝିରେ ଆରାମ କରିବା ଆବଶ୍ୟକ
– ନିୟମିତ ଚାଲିବା, ବ୍ୟାୟାମ କରିବା ଦ୍ୱାରା ମାନସିକ ଚାପ କମିବ

ହୃଦଘାତର ପ୍ରମୁଖ ୫ କାରଣ

୧- ଅସ୍ୱାସ୍ଥ୍ୟକର ଖାଦ୍ୟ
୨- ଅତ୍ୟଧିକ ମଦ୍ୟପାନ
୩- ତମାଖୁ ସେବନ କରିବା
୪- ବାୟୁ ପ୍ରଦୂଷଣ
୫- ଅଧିକ ଚଲାବୁଲା ନକରିବା