ମୌସୁମୀ ଓଡ଼ିଶା ଛୁଇଁବା ପରେ ବି ହୋଇପାରୁନି ସକ୍ରିୟ । ରାଜ୍ୟରେ ତାତି ବଢିବା ସହ ବଢୁଛି ଗୁଳୁଗୁଳି । ୧୯ରୁ ୨୦ ଭିତରେ ବିଭିନ୍ନ ସ୍ଥାନରେ ବର୍ଷା ।

152

କନକ ବ୍ୟୁରୋ: ମୌସୁମୀ ଓଡ଼ିଶା ଛୁଇଁବା ପରେ ବି ଏଯାଏଁ ହୋଇପାରୁନି ସକ୍ରିୟ । ରାଜ୍ୟରେ ତାତି ବଢିବା ସହ ଗୁଳୁଗୁଳି ବି ବଢୁଛି । ତାତି ସହ ଗୁଳୁଗୁଳି ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଭ୍ୟନ୍ତରୀଣ ଅଂଚଳ ସହ ଉପକୂଳରେ ସର୍ବାଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ୯ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଉପକୂଳ ଓ ଆଭ୍ୟନ୍ତରୀଣ କେତେକ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ଲାଗି ରହିପାରେ । ଏଥିପାଇଁ ବଲାଙ୍ଗୀର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

୧୯ରୁ ୨୦ ତାରିଖ ଭିତରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଚଳିତ ଥର ଗୋଟିଏ ସ୍ଥାନରେ ମୌସୁମୀ ବାୟୁ ଦୀର୍ଘ ସମୟ ସ୍ଥିର ରହିବା ଯୋଗୁଁ ଅସ୍ୱାଭାବିକ ଜୟବାୟୁ ସ୍ଥିତି ଦେଖିବାକୁ ମିଳୁଛି । ଗ୍ରୀଷ୍ମ ପ୍ରଭାବ ଜାରି ରହିଛି, ଉଷ୍ମ ଆର୍ଦ୍ର ସ୍ଥିତି ଲାଗି ରହିଛି ଓ ରାତିରେ ମଧ୍ୟ ଗରମ ହେଉଛି ।