ସାନ୍ତ୍ୱନାମୂଳକ ବିଜୟ ସହ ଟି ୨୦ ୱାର୍ଲ୍ଡ କପରେ ପାକିସ୍ତାନର ଅଭିଯାନ ଶେଷ । ଲୋ ସ୍କୋରିଂ ମ୍ୟାଚରେ ୩ ୱିକେଟରେ ଆୟର୍ଲାଣ୍ଡକୁ ପରାସ୍ତ କଲା ଦଳ ।

254

କନକ ବ୍ୟୁରୋ: ଶେଷ ମ୍ୟାଚରେ ବିଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ପାକିସ୍ତାନ । ରବିବାର ଖେଳାଯାଇଥିବା ଟି-୨୦ ୱାର୍ଲଡକପର ୩୬ତମ ମ୍ୟାଚରେ ବିପକ୍ଷ ଟିମ୍ ଆୟର୍ଲାଣ୍ଡକୁ ୩ ୱିକେଟରେ ପରାସ୍ତ କରିଥିବା ବେଳେ ଉଭୟ ଟିମର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଶାହିନ୍ ଆଫ୍ରିଦି ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଟିମ୍ ଆର୍ୟାଲାଣ୍ଡ ୨୦ ଓଭରରେ ୧ଟି ୱିକେଟ ବାକି ଥାଇ ୧୦୬ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ପାକିସ୍ତାନ ୧୮.୫ ଓଭରରେ ୭ ୱିକେଟ୍ ହରାଇ ବିଜୟ ଲକ୍ଷକୁ ହାସଲ କରିନେଇଛି ।

ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୩୨ ଏବଂ ଶାହିନ୍ ଆଫ୍ରିଦି ୧୩ ରନରେ ଅପରାଜିତ ରହି ଦଳକୁ ବିଜୟ ଦେଇଛନ୍ତି । ଅନ୍ୟ ଏକ ମ୍ୟାଚରେ ଟ୍ରାଭିସ୍ ହେଡ଼ ଓ ମାର୍କସ ଷ୍ଟୋଇନିସଙ୍କ ଦମଦାର ଅର୍ଧଶତକ ଫଳରେ ୫ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ।