ପାକିସ୍ତାନ ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ । ଜଣେ ଡିଏସପିଙ୍କ ସମେତ ୨୫ ମୃତ, ଅନେକ ଗୁରୁତର

116

କନକ ବ୍ୟୁରୋ : ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଫଳରେ ଜଣେ ଡିଏସପିଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭୦ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣ ବେଲୁଚିସ୍ତାନର ମସ୍ତୁଙ୍ଗ ଜିଲ୍ଲା ଅଲ-ଫଲାହ ମସଜିଦ ନିକଟରେ ହୋଇଛି । ଏଠାରେ ଇଦ୍ ପାଳନ ଅବସରରେ ମିଲାଦ-ଓଲ-ନବୀ ଶୋଭାଯାତ୍ରା ଉପରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି ।

ଶୁକ୍ରବାର ଦିନ ସାପ୍ତାହିକ ଇଦ୍ ନମାଜ କ୍ରମରେ ଏହି ବିସ୍ଫୋରଣ ହୋଇଛି । ଜଣେ ଅଧିକାରୀଙ୍କ ମୁତାବକ ସ୍ଥାନୀୟ ଲୋକମାନେ ଇଦ୍ ପାଳନ ପାଇଁ ଏକତ୍ରୀତ ହୋଇଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ମସଜିଦ ଅଞ୍ଚଳରେ ଥିବା ସମସ୍ତ ହସ୍ପିଟାଲକୁ ଜରୁରୀକାଳୀନ ଘୋଷଣା କରାଯାଇଛି । ଏହି ବିସ୍ଫୋରଣରେ ଜଣେ ପୋଲିସ ଅଧିକ୍ଷକଙ୍କ ମୃତ୍ୟୁ ହୋଇଛି । ହେଲେ ଆହୁରି ଅଧିକ ଲୋକ ବିସ୍ଫୋରଣରେ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ଆଶଂକା କରାଯାଉଛି ।

ସବୁଠାରୁ ବଡ କଥା ହେଉଛି ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟି କରିନାହାଁନ୍ତି । ଗତଥର ମସ୍ତୁଙ୍ଗ ଠାରେ ହୋଇଥିବା ବିସ୍ଫୋରଣ ପଛରେ ଇସଲାମିକ ଷ୍ଟେଟ ଅଫ ପାକିସ୍ତା ଚାପ୍ଟର ନିଜକୁ ଦାୟି କରିଥିଲା ।