ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଶଦାବ ଖାନଙ୍କ ବଡ଼ ବୟାନ । କହିଲେ ଯଦି ଆମେ ଭାରତଠାରୁ ହାରୁ ତାହେଲେ..

1,703

କନକ ବ୍ୟୁରୋ : ବିଶ୍ୱକପର ଏକ ଗୁରୁତ୍ୱୂର୍ଣ୍ଣ ଲିଗ ମ୍ୟାଚରେ ଭାରତକୁ ଭେଟିବ ପାକିସ୍ତାନ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ସଂଘର୍ଷୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ଆଇସିସି କ୍ଷରୁ ତାରିଖ ଘୋଷଣା ହେବା ପରେ ମ୍ୟାଚ ପୂର୍ବରୁ ଅନେକ ଚର୍ଚ୍ଚା ହେଉଛି । କ୍ରିକେଟ ପ୍ରେମୀଙ୍କଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ମ୍ୟାଚ ପୂର୍ବରୁ ନିଜ ନିଜର ମତ ରଖୁଛନ୍ତି । ତେବେ ଏହାରି ଭିତରେ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର ଶଦାବ ଖାନ ବୟାନ ସାମ୍ମନାକୁ ଆସିଛି ।

ଶଦାବ ଭାରତ- ପାକିସ୍ତାନ ମ୍ୟାଚକୁ ନେଇ କହିଛନ୍ତି କି, ଆମର ଉଦ୍ଦେଶ୍ୟ ହେଉଛି ବିଶ୍ୱକପ ଜିତିବା । ଭାରତରେ ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ଘରୋଇ ଦଳ ଉପରେ ଆମେ ଅଧିକ ଗୁରୁତ୍ୱ ଦେବୁ । କିନ୍ତୁ ବିଶ୍ୱକପ ଜିତିବା ଆମର ମୁଖ୍ୟ ଲକ୍ଷ୍ୟ ରହିଛି । ଯଦି ଆମେ ଭାରତ ବିକ୍ଷରେ ମ୍ୟାଚ ଜିତୁଛୁ ଆଉ ବିଶ୍ୱକପ ଜିତୁନାହୁଁ ତାହେଲେ ଏହାର କୌଣସି ଅର୍ଥନାହିଁ । ସବୁଠାରୁ ବଡ଼ କଥା ହେଉଛି କି, ଆମେ ଭାରତରେ ଘରୋଇ ଦଳ ବିକ୍ଷରେ ଖେଳିବୁ । ସମ୍ପୂର୍ଣ୍ଣ ଷ୍ଟାଡିୟମରେ ବସିଥିବା ଦର୍ଶକ ସେମାନଙ୍କ ସପକ୍ଷରେ ରହିଥିବେ । ଆଉ ଏତେ ଚାପ ମଧ୍ୟରେ ଖେଳିବା କଷ୍ଟସାଧ୍ୟ ହେବ । କିନ୍ତୁ ଭଗବାନ ନକରନ୍ତୁ ଆମେ ଭାରତକୁ ହରାଇବା ସହ ବିଶ୍ୱକପ ଜିତିଯାଉ । ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଶଦାବ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।