ଇସ୍ତଫାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ଟ୍ୱିଟ କଲେ ଏନ ବିରେନ ସିଂହ, ମହିଳା ସମର୍ଥକ ଚିରିଦେଲେ ଇସ୍ତଫାପତ୍ର 

664

କନକ ବ୍ୟୁରୋ: ପୂର୍ବତ୍ତୋର ରାଜ୍ୟ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଏହା ପୂର୍ବରୁ ଅନେକ ମହିଳା ମଣିପୁରର ଉପମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ଇସ୍ତଫାପତ୍ର ଚିରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଷ୍ପତ୍ତି ନେଇଥିଲେ ଯେ ସେ ଇମ୍ଫାଲ ସ୍ଥିତ ରାଜଭବନ ଯାଇ ରାଜ୍ୟପାଳ ଅନସୂୟା ଉଇକେଙ୍କୁ ସାକ୍ଷାତ କରିବେ । ଏହା ସାକ୍ଷାତ ସମୟରେ ସେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିବେ ।

ଶୁକ୍ରବାର ଏନ ବିରେନ ସିଂହ ରାଜ୍ୟପାଳଙ୍କ ବାସଭବନ ପାଇଁ ବାହାରିଥିଲେ । ଏହାରି ମଧ୍ୟରେ କିଛି ମହିଳା ରାଜଭବନ ବାହାରେ ପ୍ରତିବାଦ କରିଥିଲେ । ଏଭଳି ସ୍ଥିତି ଦେଖାଦେଇଥିଲା ଯେ ତାଙ୍କ କାରକେଡ୍ ଆଗକୁ ଯାଇପାରିନଥିଲା । ଏହା ପରେ କିଛି ମହିଳା ସମର୍ଥକ ତାଙ୍କ ଇସ୍ତଫାପତ୍ର ଚିରି ଦେବା ସହ ତାଙ୍କୁ ଇସ୍ତଫା ନଦେବା ପାଇଁ ଅନୁରୋଧ କରିଥିଲେ ।