ଶୀତରେ ଥରୁଛି ଓଡ଼ିଶା : କମୁଛି ରାତି ତାପମାତ୍ରା; ୧୦ ଡିଗ୍ରୀ ତଳେ ୪ ସହର

138

କନକ ବ୍ୟୁରୋ : ଶୀତରେ ଥରୁଛି ଓଡ଼ିଶା । କମୁଛି ରାତି ତାପମାତ୍ରା । ୧୦ ଡିଗ୍ରୀ ତଳେ ୪ ସହର ରହିଛି । ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ଲେଖାଏ ରେକର୍ଡ ହୋଇଛି । ଏହା ପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ ଡିଗ୍ରୀ, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ୧୦ ଡିଗ୍ରୀ, ଭବାନୀପାଟଣାର କଳାହାଣ୍ଡିରେ ୧୦.୬ ଡିଗ୍ରୀ, ଝାରସୁଗୁଡ଼ା ଓ ଚିପିଲିମାରେ ୧୦.୮ ଡିଗ୍ରୀ, ସୁନ୍ଦରଗଡ଼ ଓ ଦେବଗଡ଼ ସହରରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡ଼ା, କୋରାପୁଟ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ୨୨ ତାରିଖ ଦିନ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ ଏବେ ଶୀତ ପ୍ରବାହରେ ସାମାନ୍ୟ ବିରାମ ଲାଗିପାରେ ବୋଲି ଅନୁମାନ କରାଯାଉଛି ।