ସାମ୍ବାଦିକଙ୍କୁ କାହିଁକି ମନା ହେଇଥିଲା ରମାଦେବୀ ବିଶ୍ୱବିଦ୍ୟାଳୟ? ସରକାରଙ୍କ ପାଖରେ ନାହିଁ କିଛି ବି ଖବର ।

81

କନକ ବ୍ୟୁରୋ: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକଙ୍କୁ ନଛାଡିବା କିଏ ନିର୍ଦ୍ଦେଶ ଦେଇଥିଲା? ଏ ସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ ଖବର ନାହିଁ । ଆଜି ବିଧାନସଭାରେ ଅଣତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେଇ ଏହା ସ୍ପଷ୍ଟ କରିଛନ୍ତି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ । ତେଣୁ ପ୍ରଶ୍ନ ଉଠୁଛ. ସାମ୍ବାଦିକଙ୍କୁ ନ ଛାଡିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ?

କାରଣ ସେତେବେଳେ ରମାଦେବୀ କଲେଜ କର୍ତୃପକ୍ଷ କହିଥିଲେ, ସାମ୍ବାଦିକଙ୍କୁ ନଛାଡିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି । ଯଦି ସୂଚନା ଓ ଲୋକସଂପର୍କ ବିଭାଗ ଏ ବାବଦରେ କିଛି ଜାଣି ନାହିଁ, ତେବେ ସାମ୍ବାଦିକଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ସାମ୍ବାଦିକଙ୍କୁ ଦୂରେଇ ରଖିବାକୁ ନିର୍ଦ୍ଦେଶ କିଏ ଦେଇଛି? ତେବେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ ସାମ୍ବାଦିକଙ୍କୁ ରମାଦେବୀ ମହାବିଦ୍ୟାଳୟ ନଛାଡିବା ଘଟଣା ବାବଦରେ ଲୋକ ସଂପର୍କ ବିଭାଗ ଅବଗତ ଅଛି କି? ଯଦି ହଁ ତେବେ କିଏ ଏହି ନିଷ୍ପତି ନେଇଥିଲେ? ସାମ୍ବାଦିକଙ୍କୁ ଏଭଳି ବ୍ୟବହାର ବାବଦରେ ବିଭାଗ କି ପଦକ୍ଷେପ ଗ୍ରହଣ କରିଛି ?

ଏହାର ଲିଖିତ ଉତ୍ତରରେ ମନ୍ତ୍ରୀ ପ୍ରଦୀମ ଅମାତ ଲେଖିଛନ୍ତି, ରମାଦେବୀ ମହିଳା ମହାବିଦ୍ୟାଳୟକୁ ସାମ୍ବାଦିକଙ୍କୁ ନଛାଡିବା ସଂକ୍ରାନ୍ତରେ ସୂଚନା ଓ ଲୋକସଂପର୍କ ବିଭାଗ ପାଖର ଖବର ନାହିଁ । ତେବେ ଫେବୃଆରୀ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟ କ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମୟରେ ରମାଦେବୀ ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଉ ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ କଲେଜ ଗେଟ ଭିତରକୁ ଛଡା ଯାଇନଥିଲା । ସେହି ସମୟରେ କଲେଜ କର୍ତୃପକ୍ଷଙ୍କୁ ପଚାରିବାରୁ କହିଥିଲେ ସାମ୍ବାଦିକଙ୍କୁ ନଛାଡିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ।