‘ଫିଲ୍ମି ଫ୍ରାଇଡେ’ର ରହସ୍ୟ ! ଜାଣନ୍ତୁ ଶୁକ୍ରବାର କାହିଁକି ରିଲିଜ୍ ହୁଏ ସିନେମା

85

ସପ୍ତାହ ମଧ୍ୟରେ ଶୁକ୍ରବାର ଏମିତି ଏକ ଦିନ ଯାହାକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଏହାର ପଛରେ ଦୁଇଟା କାରଣ ଅଛି । ଗୋଟିଏ ହେଲା ଶୁକ୍ରବାର ପରେ ଆରମ୍ଭ ହୁଏ ୱିକେଣ୍ଡ । ଏବଂ ଦ୍ୱିତୀୟଟି ହେଉଛି ବଲିଉଡ୍ ଏବଂ ହଲିଉଡ୍ ସିନେମା ଶୁକ୍ରବାର ଦିନ ରିଲିଜ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି ଶୁକ୍ରବାର ସିନେମା ରିଲିଜ୍ ହେବା ପଛର କାରଣ କଣ ।

ବଲିଉଡରେ ଶୁକ୍ରବାର ସିନେମା ରିଲିଜ୍ ହେବାର ପରମ୍ପରା ହଲିଉଡରୁ ଆସିଛି । ହଲିଉଡର ବହୁ ଚର୍ଚ୍ଚିତ ସିନେମା ‘ଗନ୍ ୱିଥ୍ ଦ ୱିଣ୍ଡ’ ୧୫ ଡିସେମ୍ବର ୧୯୩୯ ରିଲିଜ୍ ହୋଇଥିଲା । ଯାହାକି ଶୁକ୍ରବାର ଥିଲା । ସେବେଠୋରୁ ହଲିଉଡର ପ୍ରତ୍ୟେକ ସିନେମା ଶୁକ୍ରବାର ରିଲିଜ୍ ହୋଇ ଆସୁଛି ।

ତେବେ ବଲିଉଡରେ ‘ଫିଲ୍ମି ଫ୍ରାଇଡେ’ ଚଳନି ୧୯୫୦ ଦଶକର ଶେଷ ଆଡକୁ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ସୁପରହିଟ୍ ସିନେମା  ‘ନୀଲକମଲ୍’ ସୋମବାର ରିଲିଜ୍ ହୋଇଥିଲା । ତେବେ ହଲିଉଡରେ ପ୍ରଥମ ଫ୍ରାଇଡେ ରିଲିଜ୍ ସୁପରହିଟ୍ ହୋଇଥିଲା  । ତେଣୁ ଏହାକୁୁ ଆଖି ଆଗରେ ରଖି ବଲିଉଡରେ ମଧ୍ୟ ୧୯୬୦ରେ ପ୍ରଥମଥର ପାଇଁ ସିନେମା ‘ମୁଗଲ୍ ଏ ଆଜମ୍’ ଶୁକ୍ରବାର ରିଲିଜ୍ ହୋଇଥିଲା  । ଆଉ ଏହି ସିନେମାର ସଫଳତା ଦେଖି ବଲିଉଡରେ ‘ଫିଲ୍ମି ଫ୍ରାଇଡେ’ ପରମ୍ପରା ଆରମ୍ଭ ହୋଇଥିଲା ।

ତେବେ ଆଉ ଏକ ବଡ କାରଣ ହେଉଛି ଶୁକ୍ରବାର ସପ୍ତାହର ଶେଷ ଦିନ ହେଉଛି ଶୁକ୍ରବାର । ପ୍ରାୟ ଅଫିସ୍ ଏବଂ ସ୍କୁଲ୍ କଲେଜ୍ ଶନିବାର ଓ ରବିବାର ଦିନ ଛୁଟି ଥାଏ । ତେଣୁ ଶୁକ୍ରବାର ରିଲିଜ୍ ହେଲେ ଜଣେ ଶନିବାର ଏବଂ ରବିବାର ଦିନ ଆରାମରେ ସିନେମାକୁ ଉପଭୋଗ କରି ପାରିବ ।

ଏହା ସହ ଦେଖନ୍ତୁ ଓମ୍ ପୁରୀଙ୍କ ଅତୃପ୍ତ ଆତ୍ମା ! ପ୍ରତିଶୋଧ ନେବା ପାଇଁ ଅଭିନେତାଙ୍କ ଭୂତ ବୁଲୁଥିବାର ଦାବି କରିଛି ପାକିସ୍ତାନ