କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ? ସିଦ୍ଦରମୈୟା ନା ଡିକେ ଶିବକୁମାର? କଂଗ୍ରେସ ପାଇଁ ପୁଣି ଏକ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି

223

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ । ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ଦ୍ୱନ୍ଦ । ଡିକେ ଶିବକୁମାର ନା ସିଦ୍ଦରମୈୟା କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଂଗ୍ରେସ ପାଇଁ ପୁଣି ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ସିଦ୍ଦରମୈୟା, ଶିବକୁମାରଙ୍କ ତୁଳନାରେ ବରିଷ୍ଠ ଓ ଦକ୍ଷ ନେତା । ସେପଟେ ଡିକେ ଶିବକୁମାରଙ୍କ ସ୍ୱତନ୍ତ୍ର ରଣନୀତି ପାଇଁ ଏଥର କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ବିଜୟ ମିଳିଛି । ତେଣୁ କର୍ଣ୍ଣାଟକର କିଏ ହେବ ମୁଖ୍ୟମନ୍ତ୍ରୀ ତାହା କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ ହୋଇପାରେ । କାରଣ ପୂର୍ବରୁ ରାଜସ୍ଥାନରେ ଏଭଳି ସ୍ଥିତି ପାଇଁ ସଚିନ୍ ପାଇଲଟ୍ ଏକପ୍ରକାର ଖପ୍ପା ହୋଇଛନ୍ତି ।