ଶରତଙ୍କୁ କିଏ କଲା କାଳିମାଡ? କଂଗ୍ରେସ ଭବନରେ ପଶିଥିବା ଯୁବକ କାହାର ସମର୍ଥକ?

236

କନକ ବ୍ୟୁରୋ: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଆଜି କାଳିମାଡ ହୋଇଛି । ଭୁବନେଶ୍ୱର କଂଗ୍ରେସ ଅଫିସରେ ନିଜ ଚାମ୍ବରରେ ବସିଥିବାବେଳେ କିଛି ଅସନ୍ତୁଷ୍ଟ ଯୁବକ ଫିଲ୍ମ ଷ୍ଟାଇଲରେ ତାଙ୍କ ଚାମ୍ବରରେ ପଂହଚି ହାତ ମିଶାଇବା ପରେ କାଳିମାଡ କରି ଫେରାର ହୋଇଯାଇଛନ୍ତି । ତେବେ କାଳିମାଡ ପଛରେ କିଏ ଓ କାହର ସମର୍ଥନ ରହିଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ପିସିସି ସଭାପତି ଏ ନେଇ ଥାନାରେ ଏତଲା ଦେଇଛନ୍ତି । ବିଜେପି ଏହା ପଛରେ ଅଛନ୍ତି ବୋଲି ସେ କହିଛନ୍ତି ।

ଧଳା କୁର୍ତ୍ତା ପିନ୍ଧି ଭୁବନେଶ୍ୱର କଂଗ୍ରେସ ଅଫିସ ଆସିଥିଲେ । ଆଉ ଚାମ୍ବରରେ ବସିଥିବାବେଳେ ଫିଲ୍ମ ଷ୍ଟାଇଲରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । ହଠାତ୍ ୨୦ରୁ ଅଧିକ ମୁଖାଧାରୀ ଅସନ୍ତୁଷ୍ଟ ଯୁବକ ଶରତ ପଟ୍ଟନାୟକ ହାଏ ହାଏ ସ୍ଲୋଗାନ ଦେଇ ରୁମ ଭିତରେ ପଶି ହାତ ମିଳାଇଲେ । ଆଉ କିଏ କିଛି ବୁଝିବା ପୂର୍ବରୁ କାଳିମାଡ କରି ଫେରାର ହୋଇଯାଇଥିଲେ । ନିଟ ପରୀକ୍ଷାରେ ଅନିୟମିତତା ନେଇ ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ କଂଗ୍ରେସ ସଜବାଜ ହେଉଥିବାବେଳେ ପିସିସି ସଭାପତିଙ୍କ ଉପରେ କାଳିମାଡ ହୋଇଛି । ଏ ନେଇ କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପିସିସି ସଭାପତି । ବିଜେପିକୁ ଟାର୍ଗେଟ କରି ଶରତ ପଟ୍ଟନାୟକ କହିଛନ୍ତି, ଆନ୍ଦୋଳନକୁ ପ୍ରତିହତ କରିବାକୁ ଦୁର୍ବୃତ୍ତଙ୍କୁ ମାଧ୍ୟମ କରାଯାଇଛି ।

ଶରତଙ୍କୁ କିଏ କଲା କାଳିମାଡ?
କଂଗ୍ରେସ ଭବନରେ ପଶିଥିବା ଯୁବକ କାହାର ସମର୍ଥକ?

କାଳିମାଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କିଏ ଓ କାହିଁକି ଏଭଳି କାଣ୍ଡ କଲା ତାକୁ ନେଇ ବିଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳୁଛି । କୁହାଯାଉଛି
କାଳିମାଡ ପଛର କାରଣ?
-ଟିକେଟ ବଂଟନରେ ଅନିୟମିତତାକୁ ନେଇ ଅସନ୍ତୋଷ
-ଦଳୀୟ ପାଣ୍ଠିରେ ହେରଫେର ଅଭିଯୋଗ
-କାରଣ ନ ଦର୍ଶାଇ ଅନେକ ନେତାଙ୍କୁ ଦଳରୁ ବହିଷ୍କାର
-ନିର୍ବାଚନକୁ ଠିକ ପରିଚାଳନା କରିନପାରିବା ଅଭିଯୋଗ
-କଂଗ୍ରେସ ପ୍ରତି ନିଷ୍ଠା ରଖୁଥିବା ନେତାଙ୍କୁ ଅଣଦେଖା

ତେବେ ନିର୍ବାଚନବେଳେ ପୁଞ୍ଜିଭୂତ ଅସନ୍ତୋଷର ଫଳସ୍ୱରୂପ କିଛି ନେତାଙ୍କ ସମର୍ଥକ ଏହି କାଳିମାଡ କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କେବଳ ପିସିସି ସଭାପତି ନୁହନ୍ତି ତାଙ୍କ ଚାମ୍ବରରେ ବସିଥିବା କଂଗ୍ରେସର ଅନ୍ୟ କିଛି ନେତା ବି କାଳିମାଡର ଶୀକାର ହୋଇଛନ୍ତି । ତେବେ ନିର୍ବାଚନ ପରେ ବି ରାଜ୍ୟ କଂଗ୍ରେସରେ ସବୁ ଠିକଠାକ ଚାଲିନାହିଁ, ତାହା ଆଜିର ଘଟଣା ସ୍ପଷ୍ଟ କରିଛି ।