ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା : ଖେଚୁଡି ଛୁଙ୍କ ଶିଖିଲେ ବିଲ୍ ଗେଟ୍ସ, ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

88

କନକ ବ୍ୟୁରୋ : ବିଲ୍ ଗେଟ୍ସଙ୍କ ଖେଚୁଡ଼ି ଛୁଙ୍କ । ପୁଣି ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ରାନ୍ଧଣା ରୁଚି । ଏଥର କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସାହାଯ୍ୟରେ ସେ ଭାରତୀୟଙ୍କ ଘରେ ପରିଚିତ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ସ୍ମୃତି ଓ ଗେଟ୍ସଙ୍କ ରାନ୍ଧଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଲ୍ ଗେଟ୍ସ ‘ ଶ୍ରୀ ଅନ୍ନ ଖେଚୁଡ଼ି’ରେ ଛୁଙ୍କ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି ।

ଏହି ଛୁଙ୍କ ପ୍ରସ୍ତୁତିରେ ସ୍ମୃତି ଇରାନୀ ତାଙ୍କୁ ସାହାଯ୍ୟ କରିଛନ୍ତି । ଖାଦ୍ୟ ପ୍ରସ୍ତୁତ ପରେ ବିଲ୍ ଗେଟ୍ସ ନିଜେ ପାତ୍ରରେ ନେଇ ଚାଖିଛନ୍ତି । ତେବେ ଖେଚୁଡ଼ି ରାନ୍ଧିବା ଓ ଚାଖିବାର ଖୁସି ତାଙ୍କ ମୁହଁରୁ ସ୍ପଷ୍ଟ ଜଣାପଡୁଥିଲା । ଏହି ଭିଡ଼ିଓ ସେୟାର କରିବା ସହ ସ୍ମୃତି ଇରାନୀ ଏକ ସୁନ୍ଦର କ୍ୟାପସନ ‘ ଭାରତର ସୁପର ଫୁଡ଼ ଓ ଏହାର ପୋଷଣ ତତ୍ୱକୁ ପ୍ରଶଂସା କରିବା ଶ୍ରୀ ଅନ୍ନ ଖେଚୁଡ଼ିରେ ବିଲ୍ ଗେଟ୍ସଙ୍କ ଛୁଙ୍କ ।

ତେବେ ନିକଟରେ ଭାରତ ଗସ୍ତରେ ବିଲ୍ ଗେଟ୍ସ ଏମପାୱାରମେଣ୍ଟ ଥ୍ରୁ ନରିସମେଣ୍ଟ ଅଭିଯାନରେ ଯୋଗ ଦେଇଥିଲେ । ଯାହାର ନେତୃତ୍ୱ ନେଇଥିଲେ ସ୍ମୃତି ଇରାନୀ । ଅନ୍ୟପଟେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବରୁ ବିଲ୍ ଗେଟ୍ସ ‘ରୁଟି’ କରି ଚର୍ଚ୍ଚା ସାଉଁଟିଥିଲେ ।