ସରକାରଙ୍କ ଉପରେ ମନ୍ମଥ ରାଉତରାୟଙ୍କ କ୍ଷୋଭ: କହିଲେ, ଡାକୋଟା ବିମାନ ଉଦଘାଟନ କଲେ ହେଲେ ଓଡିଆ ପାଇଲଟଙ୍କୁ ଡାକିଲେନି

407

କନକ ବ୍ୟୁରୋ: ଡାକୋଟା ବିମାନ ଉଦଘାଟନ କଲେ ହେଲେ ଓଡିଆ ପାଇଲଟଙ୍କୁ ଡାକିଲେନି । ଆମକୁ ସାଇଡରେ କି ପଛରେ ଛିଡା କରିଦେଇଥିଲେ ବି ଚଳିଥାନ୍ତା । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଡାକୋଟାକୁ ଅବସ୍ଥାପିତ କରାଯିବା ପରେ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ପାଇଲଟ ତଥା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।

ଆଜି ପାଇଲଟ ବେଶରେ ଆସି ମନ୍ମଥ ରାଉତରାୟ ଡାକୋଟା ବିମାନକୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ଏହା ସହ ବିଜୁ ବାବୁଙ୍କୁ ପ୍ରଶଂସା କରି କହିଥିଲେ, ମୋ ପାଇଁ ଏ ସ୍ଥାନ ହେଉଛି ମନ୍ଦିର ଭଳି ତେଣୁ ମୁଁ ଖାଲି ପାଦରେ ଆସିଛି । ଏହା ଜଣେ ଓଡିଆ ହିରୋର ସଫଳତା । ତେଣୁ ଲୋକ ଇତିହାସ ପଢନ୍ତୁ ଓଡିଆଙ୍କ ଅବଦାନ ଜାଣନ୍ତୁ । ସୋସିଆଲମିଡିଆରେ ଭିଡିଓ, ଫଟୋ ଓ ବିମାନ ଉପରେ ଜୋତା ନରଖିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ ।