ଆସନ୍ତା ୧୮ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ !

37

କନକ ବ୍ୟୁରୋ : ଆସନ୍ତା ୧୮ତାରିଖରୁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ପକ୍ରିୟା ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଓ ଭୁବନେଶ୍ୱର ଏକାମ୍ର, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋକେ ଏହି ପକ୍ରିୟାରେ ଭାଗ ନେବେ।  ଏଥିପାଇଁ ବିଭିନ୍ନ ସ୍କୁଲରେ ଥିବା ବୁଥ୍‌ରେ ବିଏଲଓମାନେ ରହି ଭୋଟର ତାଲିକା ସଂଶୋଧନରେ ସହାୟତା କରିବେ ।

ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ୧୮ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୦୧୮ମସିହା ଜାନୁଆରି ମାସ ୧ତାରିଖ ସୁଦ୍ଧା ଯେଉଁ ଯୁବକ ଯୁବତୀଙ୍କୁ ୧୮ବର୍ଷ ହେବ ସେମାନେ ଭୋଟର ତାଲିକାରେ ନିଜର ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ ୬ରେ ଆବେଦନ କରି ପାରିବେ । ସେହିପରି ବିଦେଶରେ ରହୁଥିବା ଲୋକେ ଇଣ୍ଟରନେଟ୍‌ ମାଧ୍ୟମରେ ଫର୍ମ ନଂ ୬(କ)ରେ ଆବେଦନ କରିବେ । ଭୋଟର ଲିଷ୍ଟରେ ଭୁଲକୁ ସଂଶୋଧନ ପାଇଁ ଫର୍ମ ନଂ ୭ରେ ଆବେଦନ କରିବା ନିୟମ ରହିଥିବା ବେଳେ ନିର୍ବାଚନ ମଣ୍ଡଳୀର ବୁଥ୍‌ ପରିବର୍ତନ କରିବା ପାଇଁ ଫର୍ମ ନଂ ୮ରେ ଆବେଦନ କରିବାକୁ ନିୟମ ରଖାଯାଇଛି । ସେହିପରି ନିର୍ବାଚନ ମଣ୍ଡଳୀ ପରିବðନ ପାଇଁ ୮(କ)ରେ ଆବେଦନ କରିବାକୁ କୁହାଯାଇଛି ।

ତେବେ ଏହି ସବୁ ଫର୍ମରେ ଭୋଟ ପରିଚୟପତ୍ର ନିମନ୍ତେ ରଙ୍ଗିନ୍‌ ଫଟୋ ସହ ବାସିନ୍ଦା ପ୍ରମାଣପତ୍ର ଦେବାକୁ ହେବ ବୋଲି ଉପ ଜିଲ୍ଲାପାଳଙ୍କ ନିର୍ବାଚନ ବିଭାଗ ପକ୍ଷରୁ କୁହାଯାଇଛି । ଏହି ତାଲିକାଗୁଡ଼ିକ ଆସନ୍ତା ୨୦୧୮ମସିହା ଜାନୁଆରି ମାସ ୧୫ତାରିଖରେ ପ୍ରକାଶ ପାଇବ । ଏହି କା~ýðକୁ ତ୍ଵରାନ୍ଵିତ କରିବା ପାଇଁ ଅକ୍ଟୋବର ମାସ ୮, ୧୫ ଓ ୨୨ତାରିଖରେ ସ୍ୱତନ୍ତ୍ର ପ୍ରଚାର କରାଯିବ । ଏହି ତିନି ଦିନରେ (ବିଏଲ୍‌ଓ)ବୁଥ୍‌ ଲେବୁଲ୍‌ ଅଫିସରମାନେ ବୁଥ୍‌ରେ ଉପସ୍ଥିତ ରହିବେ । ଏହି ଭୋଟର୍‌ ତାଲିକାକୁ ଆସନ୍ତା ଭୋଟର ଦିବସ ତଥା ଜାନୁଆରି ୨୫ତାରିଖରେ ନୂତନ ଭୋଟରଙ୍କୁ ଭୋଟ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଉପ ଜିଲ୍ଲାପାଳ ମାନସ କୁମାର ସାମଲ ସୂଚନା ଦେଇଛନ୍ତି ।