ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ ବୟାନ । କହିଲେ, କେବେବି କରିବୁନି ଆତ୍ମସମର୍ପଣ

165

କନକ ବ୍ୟୁରୋ : ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି । ଜେଲେନସ୍କି କହିଛନ୍ତି କେବେବି ଆତ୍ମସମର୍ପଣ କରିବୁନି । ସମର୍ଥନ କରିଥିବାରୁ ସେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ଆମେରିକା ରାଷ୍ଟ୍ରପତି ପରୋକ୍ଷରେ ରୁଷକୁ ଟାର୍ଗେଟ୍ କରିଛନ୍ତି । ପ୍ରତିଶ୍ରୁତି ଦେଇ ବାଇଡେନ୍ କହିଛନ୍ତି, ୟୁକ୍ରେନକୁ କଦାପି ଏକଟୁଆ ଛାଡିବୁନି । ଏହା ସହ ସହାୟତା ଘୋଷଣା କରିଛନ୍ତି ବାଇଡେନ୍ । ୟୁକ୍ରେନ୍ ପାଇଁ ୧ ଦଶମିକ ୮୫ ଆରବ ଡଲାର ସୈନ୍ୟ ସହାୟତା ଦେବା ପାଇଁ ବାଇଡେନ୍ ଘୋଷଣା କରିଛନ୍ତି । ଏହା ସହ ବାଇଡେନ୍ କହିଛନ୍ତି, ସେ ଚାହୁଁଛନ୍ତି ତୁରନ୍ତ ଯୁଦ୍ଧ ଶେଷ ହେଉ । ଏଥିପାଇଁ ଯାହା ଆବଶ୍ୟକ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଇଡେନ୍ ।